ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୋଭାଯାତ୍ରା

ଦେବଗଡ:ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଶ୍ରମ ଅଧିକାରୀ ସଞ୍ଜୟ କେଶରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ବାହାରି ଥିବା ସଚେତନତା ରଥ ଓ ଛାତ୍ରଛାତ୍ରୀ ମାନଙ୍କ ଶୋଭାଯାତ୍ରାକୁ ଉପଜିଲ୍ଲାପାଳ ପରକ୍ଷିତ ସାହୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରା ସହର ପରିକ୍ରମା କରି ରଥଟି ବ୍ଲକର ସମସ୍ତ ପଞ୍ଚାୟତ ପରିକ୍ରମା କରି ସଚେତନତା ବାର୍ତ୍ତା ପ୍ରେରଣ କରିବ । ୧୪ ବର୍ଷ ପୂର୍ଣ୍ଣ ହୋଇନଥିବା ଶିଶୁକୁ କୌଣସି ପ୍ରକାର ବୃତ୍ତି ଓ ପ୍ରକ୍ରିୟାରେ ତଥା ୧୫ ବର୍ଷ ବୟସରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦସଙ୍କୁଳ ବୃତ୍ତି ଏବଂ ପକ୍ରିୟାରେ ନିୟୋଜନ କରିବା ଏକ ଧାତବ୍ୟ ଅପରାଧ ଅଟେ । ଏହି ପରି ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ କାରାଦଣ୍ଡ ଭୋଗିବାକୁ ପଡ଼ିଥାଏ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ, ଶିଶୁ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ୱାଇଁ, ସହକାରୀ ଶ୍ରମ ଅଧିକାରୀ ମଞ୍ଜିତ ସୁରୁପୁ, ଜିଲ୍ଲା ଶ୍ରମ ବିଭାଗର କର୍ମଚାରୀ ରତନ କୁମାର ରାଏ, ଅମିତ୍‌ ନାୟକ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment