ବାଇକ୍ ଉପରେ ଚଢିଗଲା ଟ୍ରେଲର୍; ମା’ ମୃତ, ପୁଅ ଗୁରୁତର

ସୁନ୍ଦରଗଡ: ବିଜୁ ଏକ୍ସପ୍ରେସ୍‌ ଓ୍ବେରେ ଦୁର୍ଘଟଣା । ମା’-ପୁଅଙ୍କ ଉପରେ ଚଢ଼ିଗଲା ଟ୍ରେଲର । ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ମୃତକ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର ଦିଲେଶ୍ୱରି ଦାସ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ସୁନ୍ଦରଗଡ଼ କୁତ୍ରା ଥାନା ଗଡ଼ପୋଷ ଛକ ୧୦ ନମ୍ୱର ରାଜ୍ୟ ରାଜପଥରେଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଗଡ଼ପୋଷ ଛକ ରାଜ୍ୟ ରାଜପଥ ୧୦ (ବିଜୁ ଏକ୍ସପ୍ରେସ୍ ଓ୍ବେ)ରେ ବାଇକ୍ ଉପରେ ଚଢିଗଲା ଟ୍ରେଲର । ଫଳରେ ଘଟଣାସ୍ଥଳରେ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ବିଜୁ ଏକ୍ସପ୍ରେସ୍ ୱେକୁ ଅବରୋଧ କରିଥିଲେ । ଏସମ୍ପର୍କରେ ଖବର ପାଇ କୁତ୍ରା ଡିଏସ୍‌ପି ମନୋରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରେଲରଟିକୁ ବଡ଼ଗାଁ ଥାନାରେ ଅଟକ ରଖାଯାଇଛି ।

Comments (0)
Add Comment