ମହାସିଙ୍ଗିରୁ ନିଖୋଜ ନାବାଳକ ଦେଢ଼ ବର୍ଷ ପରେ ଛତିଶଗଡ଼ରୁ ଉଦ୍ଧାର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମରୁ ନିଖୋଜ ନାବାଳକ ଦେଢ଼ ବର୍ଷ ପରେ ଛତିଶଗଡ଼ ଅଞ୍ଚଳରୁ ଉଦ୍ଧାର । ହଜିଲା ପୁଅକୁ ପାଇ ପରିବାର ଲୋକେ ବେସ୍‌ ଖୁସି ଥିବା ସହ କନ୍ଧମାଳ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଗ୍ରାମର ସ୍ୱର୍ଗତ ଧବଳେଶ୍ୱର ପୁଜାରୀଙ୍କ ନାବାଳକ ପୁଅ ପିଣ୍ଟୁ ପୁଜାରୀ ଗତ ତା- ୦୬.୦୬.୨୦୨୨ ରିଖରେ କେଉଁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ପିଣ୍ଟୁକୁ ଚାରିଆଡେ ଖୋଜାଖୋଜି କରିବା ପରେ ପୁଅର କୌଣସି ସନ୍ଧାନ ନପାଇ ୧୩.୦୬.୨୦୨୨ରେ ବାଲିଗୁଡ଼ା ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍‌ ତଦନ୍ତ ଜାରି ରଖିଥିଲା । ପିଣ୍ଟୁ ଛତିଶଗଡ଼ ରାଜ୍ୟର ଗାରିବନ୍ଧ ଜିଲ୍ଲା ମୈନପୁର ଥାନା ଅନ୍ତର୍ଗତ ଧଳପୁର ଗ୍ରମରେ ଥିବା ବାଲିଗୁଡ଼ା ପୋଲିସ୍‌ ଜାଣିବା ପରେ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡ଼ା ଥାନା ସବ୍‌ ଇନ୍ସପେକ୍ଟର ଆଶୁତୋଷ ପାଇକରାୟଙ୍କ ନେତୃତ୍ୱରେ ଏକ ଟିମ୍‌ ଛତିଶଗଡ଼ ଯାଇ ମୈନପୁର ଥାନା ପୋଲିସ୍‌ ସହାୟତାରେ ଧବଳପୁର ଗ୍ରାମରୁ ପୁଣ୍ଟୁକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା କହିଛନ୍ତି ଥାନା ଅଧିକାରୀ ସୁଶାନ୍ତ ସାହୁ ।

Comments (0)
Add Comment