ସୁବର୍ଣ୍ଣପୁର : ସହରର ରୟାଲ ପଡିଆ ଠାରେ ଚାଲିଥିବା ୧୧ତମ ସୁଜନ ନାଗ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଦ୍ୱିତୀୟ ଦିବସରେ ସ୍ପୋର୍ଟସ ହଷ୍ଟେଲ ଫୁଲବାଣୀ ବନାମ ଇଲେଭେନ ଷ୍ଟାର କଳାପଥର ମଧରେ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚରେ ୩-୦ ବ୍ୟବଧାନରେ ଇଲେଭେନ ଷ୍ଟାର କଳାପଥର ଦଳ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି । ଆଜିର ମ୍ୟାଚରେ ବେଷ୍ଟ ଗୋଲକିପର ଭାବରେ ସୋନପୁରର ଅଂଶୁମୁଣ୍ଡା , ବେଷ୍ଟ ଡିଫେଣ୍ଡର ଫୁଲବାଣୀର ବେଲାର, ବେଷ୍ଟ ଉଇଙ୍ଗର ଅଭୟ ମୁଣ୍ଡା, ବେଷ୍ଟ ମିଡଫିଲ୍ଡର ଦେବରାଜ କହଁର ଫୁଲବାଣୀ ଓ ମ୍ୟାନ ଅଫ ଦି ମ୍ୟାଚ୍ ଭାବରେ ସୋନପୁରର ବିଜୁ ଓରାମ ସୁନ୍ଦରଗୋଲ ସ୍କୋର କରିଥିଲେ । ଖେଳର ପ୍ରଥମାର୍ଦ୍ଧରେ ପ୍ରଥମ ଗୋଲ ପରେ ଦ୍ୱିତୀୟ ଓ ତୃତୀୟ ଗୋଲ ସ୍କୋର କରିଥିଲେ । ଆଜିର ଏହି ଖେଳରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁରର ହାବିଲଦାର ଓ କନେଷ୍ଟବଳ ସଂଘର ନବ ନିର୍ବାଚିତ ସଭାପତି ଦିନେଶ ମିଶ୍ର, ଗୌତମ ପାତ୍ର,ଶ୍ରୀରାମ ସୁନା, ପ୍ରଦୀପ ସାହୁ, ନରସିଂହ ତରିଆ, ଚମରା ପଧାନ, ଶୁଭେନ୍ଦୁ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ । ଆଜିର ଖେଳକୁ ଜଗତ ଜଗଦଲା, ରାଜେଶ ଥନାପତି ପରିଚାଳନା କରିଥିବାବେଳେ ଚିକୁ ବଡ଼ପଣ୍ଡା ଲାଇନ୍ସମ୍ୟାନ ଭାବରେ ସହଯୋଗ କରିଥିଲେ । ପ୍ରଶାନ୍ତ ସେଠି ମ୍ୟାଚ କମିଶନର ଭାବରେ ଦାୟିତ୍ୱ ତୁଲାଇଥିଲେ ଓ ରାକେଶ ନାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିବରଣୀ କାର୍ଯ୍ୟକ୍ରମକୁ ଏକାଡେମୀର ଜନ୍ମେଜୟ ନାଗ ପରିଚାଳନା କରିଥିଲାବେଳେ ଲମ୍ବୋଦର, ଟୁନା, ଭଜମନ, ସୁନୀଲ, ଛବିଳ ପ୍ରମୁଖ ସହଯୋଗ କରିଥିଲେ ।
ଆସନ୍ତାକାଲି ରୟାଲ ଷ୍ଟାର ବରଗଡ ଏବଂ ଇଲେଭେନ ଷ୍ଟାର, କଳାପଥର ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।