ପୁରୀ : ପୁରୀ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରୁଗିଷ୍ଟ ଆସୋସିଏସନର ସାଧାରଣ ବାର୍ଷିକ ଅଧିବେଶନ ପୌର ସଦନରେ ଅନୁଷ୍ଠିତ ହୋଇଯାଇଛି । ଅଧିବେଶନରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫୦୦ସହରୁ ଉର୍ଦ୍ଧ୍ୱ ପ୍ରତିନିଧି ଏଥିରେ ଯୋଗଦାନ କରିଥିଲେ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଜିଲ୍ଲାପାଳ ସମର୍ଥ ବର୍ମା, ଯୁବ ବିଜେଡ଼ି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଆସୋସିଏସନର ରାଜ୍ୟ ସଭାପତି ପି ସତ୍ୟନାରାୟଣ, ସଂପାଦକ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅଧିବେଶନରେ ଆଗାମୀ ତିନି ବର୍ଷ ପାଇଁ ଶ୍ୟାମ ପ୍ରସାଦ ଚନ୍ଦୁକା ସଭାପତି,ଦୀପକ ରଂଜନ ମହାନ୍ତି ସଂପାଦକ ଓ ଶେଖ୍ ହର୍ମୂଜ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।