ଶ୍ରାବଣର ପ୍ରଥମ ପାଳି ପାଇଁ ପୁରୀରେ ବୋଲବମ ଭକ୍ତଙ୍କ ଭିଡ

ପୁରୀ : ରାତି ପାହିଲେ ଶ୍ରାବଣ ସୋମବାରରେ ଜଳଲାଗି ପାଇଁ ପୁରୀରେ କାଉଡ଼ିଆଙ୍କ ଭିଡ଼ ।ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ଜଣାଶୁଣା ବାବା ଲୋକନାଥଙ୍କ ପୀଠରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ରବିବାର ଅପରାହ୍ନ ୪ଟା ଠାରୁ ଜଳଲାଗି ପାଇଁ ୨୦ ଟଙ୍କାର ଟିକେଟ କରିଛନ୍ତି କାଉଡ଼ିଆ ଭକ୍ତ । ରାତ୍ର ୧୨ ଟାରେ ଆରମ୍ଭ ହେବ ଠାକୁରଙ୍କ ମଙ୍ଗଳ ଆଳତି ନୀତି ।ପରେ ମଇଲମ,ଅବକାଶ ନୀତି ବଢିବା ରାତ୍ର ୧୨ ଟା ୪୫ ଠାରୁ ଭକ୍ତ ଓ କାଉଡ଼ିଆଙ୍କ ଉଦ୍ଦେଶ୍ୟରେ ଦ୍ୱାର ଖୋଲିବ । ବ୍ୟାରିକେଡ଼ରେ ଯାଇ କାଉଡ଼ିଆ ଭକ୍ତ ମାନେ ରୋଷଘର ପଛ ଦେଇ ମନ୍ଦିର ପ୍ରବେଶ କରିବା ସହ ଲକ୍ଷ୍ମୀ ଦ୍ୱାର ଠାରେ ଜଳଲାଗି କରି ପ୍ରତ୍ୟାବର୍ତ୍ତନ କରିବେ । ଦିନ ୨ଟା ପର୍ଯ୍ୟନ୍ତ ଜଳଲାଗି ହେବା ପରେ ନୀତି ପାଇଁ କିଛି ସମୟ ବନ୍ଦ ରହିବ ଜଳଲାଗି । ପରେ ନୀତି ସମାପ୍ତ ପରେ ଦର୍ଶନ ଓ ଜଳଲାଗି ପହୁଡ଼ ପର୍ଯ୍ୟନ୍ତ ଜାରୀରହିବ । ତେବେ କୁଷ୍ଠାଶ୍ରମ ନିକଟରେ ଟିକେଟ କାଉଣ୍ଟର ହୋଇଥିବା ବେଳେ ପ୍ରାୟ ୨୦୦୦ ଭକ୍ତଙ୍କ ପାଇଁ ଶେଡ଼ ନିର୍ମାଣ କରାଯାଇଛି । ଗତବର୍ଷ ପ୍ରାୟ ୭୮୦୦୦ କାଉଡ଼ିଆ ଭକ୍ତ ଜଳଲାଗି କରିଥିବା ବେଳେ ଚଳିତଥର ରଥ ଓ ସୁନାବେଶକୁ ଲକ୍ଷ୍ୟ କଲେ ଆହୁରି ଅଧିକ ଭକ୍ତ ଆକଳନ କରାଯାଉଛି । ତେଣୁ ଶୃଙ୍ଖଳା ଓ ସୁବ୍ୟବସ୍ଥା ଦୃଷ୍ଟିରୁ ସେବାୟତ ଓ ପୋଲିସ୍‌କୁ ନେଇ ଟିମ ଗଠନ କରାଯାଇଛି । ସେପଟେ ଆଶୁ ଚିକିତ୍ସା କେନ୍ଦ୍ର,ପାନୀୟ ଜଳ ବ୍ୟବସ୍ଥା ସହ ଜାଗର ପଦାକୁ ମଧ୍ୟ ସଫେଇ କରାଯାଇଛି ।

Comments (0)
Add Comment