ନୂଆପଡା: ନୂଆପଡା ଉପନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ସେତିକି ସରଗରମ ହେଉଛି। ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ବିଜେଡି ଏପର୍ଯ୍ୟନ୍ତ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି । ବିଜେଡିରୁ ଯାଇ ବିଜେପିରେ ସାମିଲ ହୋଇଥିବା ଜୟ ଢୋଲକିଆ ବିଜେପିର ପ୍ରାର୍ଥୀ ହେବାଏକପ୍ରକାର ନିଶ୍ଚତ ହେବା ପରେ ବର୍ତ୍ତମାନ ବିଜେଡିରେ ଆଶାୟୀଙ୍କ ଲମ୍ବା ଲାଇନ ଲାଗିଛି । ଏହି ସମୟରେ ଖବର ସାମ୍ନାକୁ ଆସିଛି କି ବିଜେଡିର ପୂର୍ବତନ ନୂଆପଡା ଜିଲା ସଭାପତି ମନୋଜ ମିଶ୍ର ବିଜେଡିର ନୂଆପଡ଼ା ପ୍ରାର୍ଥୀ ହୋଇପାରନ୍ତି । ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଥିବାବେଳେ କେବଳ ଘୋଷଣା ବାକିଥିବା ସୂଚନା ମିଳିଛି । ମନୋଜ ମିଶ୍ର ଏବେ ବିଜେଡିର ସାଧାରଣ ସମ୍ପାଦକ ଅଛନ୍ତି। ପୂର୍ବରୁ କୋମନା ବ୍ଲକର ୨ ଥର ଅଧ୍ୟକ୍ଷ ହୋଇଥିଲେ ମନୋଜ।