ନୂଆପଡା : ନୂଆପଡା ଜିଲ୍ଲା ନ୍ୟାସନାଲ କଲେଜ ପରିସର ମଧ୍ୟରେ ୪୫ତମ କଲେଜ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ କଲେଜ ଅଧକ୍ଷା କବିତା ରଥ ଅଧକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଓଡିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ ଏକବିଂଶ ଶତାବ୍ଦୀର ଯୁବପିଢ଼ିଙ୍କୁ ଗୌରବମୟ ଇତିହାସରେ ପୂର୍ବଷୁରୀଙ୍କ ପଥ ଅନୁସରଣ କରିବାକୁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ରୂପେ ଡ଼ଃ.ଫନିନ୍ଦମ ଦେଓ, ସମ୍ମାନିତ ଅତିଥି ରୂପେ କଲେଜ ଏଲମୁନି କମିଟି ସଭାପତି ସରୋଜ କୁମାର ସାହୁ (ଭୈରବ) ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ମନ୍ତ୍ରୀ ଢୋଲକିଆ ନ୍ୟାସନାଲ କଲେଜ ପରିସର ମଧ୍ୟରେ ଏକ ନୂତନ ଅଡ଼ିଟୋରିୟମ ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଉତ୍ସବରେ ସଚିନ ବାବୁ ମଞ୍ଚ ପରିଚାଳନା କରିଥିବା ବେଳେ କପିଳ ଦେବ ପଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।