ହରଭଙ୍ଗା :ସାଧୁଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୀରନରସିଂହପୁରର ପ୍ରଥମ ବାର୍ଷିକ ଉତ୍ସବ ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରୁଙ୍କ ସଭାପତିତ୍ୱରେ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ତତ ସହିତ ଓଡିଶା ସରକାରଙ୍କ ନୂଆ ଓଡିଶା ଯୁବ ଓଡିଶା -ନବୀନ ଓଡ଼ିଶାର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟଜଳ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ୭ନଂ ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର, ବିଦ୍ୟାଳୟର ଅଧ୍ୟକ୍ଷ ଓମ ପ୍ରକାଶ ପ୍ରଧାନ ଉପସ୍ଥିତ ରହିଥିଲେ । ମଞ୍ଚ କାର୍ଯ୍ୟକ୍ରମ ପରେ ବିଭିନ୍ନ ବିଭାଗର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାନପତ୍ର, ଟ୍ରଫି ଦେଇ ପୁରସ୍କୃତ କରାଯାଇଥିବା ସହିତ ଅବସର ପ୍ରାପ୍ତ ଶିକ୍ଷାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଛାତ୍ରଛାତ୍ରୀଙ୍କ ମାନସିକ ଦକ୍ଷତା ବୃଦ୍ଧି, କର୍ମ ନିୟୋଜିତର ସୁଯୋଗ, ଉନ୍ନତି ମାନର ଶିକ୍ଷା ସହିତ ଉତ୍ତମ ମାନବ ସମାଜ ଗଠନର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ମତ ରଖିଥିଲେ । ଅଧ୍ୟାପକ ମେଘନାଦ ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ ସହିତ, ଓଡିଆ, ହିନ୍ଦୀ ନୃତ୍ୟ ଗୀତ ସହିତ ସମ୍ବଲପୁରୀ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମୋହିତ କରିଥିଲା । ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସଂପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।