ଜିଲ୍ଲାପାଳ ସୁବ୍ରତ ପଣ୍ଡାଙ୍କ ବୌଦ୍ଧ ଜିଲ୍ଲାର ବିଭିନ୍ନ କ୍ଷେତ୍ର ପରିଦର୍ଶନ

ବୌଦ୍ଧ : ବୌଦ୍ଧ ଜିଲାପାଳ ସୁବ୍ରତ ପଣ୍ଡା ବୌଦ୍ଧ ବ୍ଲକ ଉପାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ସିଧାସଳଖ ଲୋକଙ୍କ ସହ ବାର୍ତ୍ତାଳାପ କରି ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ । ପ୍ରଥମେ ବହୁ ପ୍ରସ୍ତାବିତ ଗୁରୁଜୀମୁଣ୍ଡା ପ୍ରକଳ୍ପ ଠାରେ ପହଂଚି ତାର ସ୍ଥିତି ପରଖିବା ସହ ଚାଷୀ ଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ । ସେଠାରୁ ଟିକରପଡା ଗ୍ରାମ ରେ ଗ୍ରାମବାସୀଙ୍କ ସହ ମିଶିଥିଲେ ପରେ ଟିକରପଡା ବିଦ୍ୟାଳୟରେ ପହଂଚି ଥିଲେ ।

ପରେ ଆଦିବାସୀ ଛାତ୍ରାବାସରେ ପହଁଚି ବିଭିନ୍ନ ସମସ୍ୟା ପଚାରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ । ଅନ୍ୟପଟେ ଗ୍ରାମଞ୍ଚଳ ରୁଲାର ହାଉସିଂ ଉପରେ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ସରକାରୀ ଉଚ୍ଚ ବିଦ୍ୟାଳୟ, ମେଣ୍ଡିମାଲର ଆଦିବାସୀ ଛାତ୍ରାବାସ, ଛାତ୍ରୀ ନିବାସ ବୁଲି ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ସୁବିଧା, ଅସୁବିଧା ବିଷୟରେ ଆଲୋଚନା କରିଥିଲେ ।

ପରେ ପରେ ବଘିଆପଡା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନରେ ବୌଦ୍ଧ ସିଡ଼ିଇଓ ତଥା ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ସିଡ଼ିଇଓ ଚାଲ୍ସ ନାୟକ, ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ନରେଶ ବାରିକ, ବୌଦ୍ଧ ବିଡ଼ିଓ ଯୁଧିଷ୍ଠିର ମେହେର, ବୌଦ୍ଧ ତହସିଲଦାର ଲଗ୍ନଜିତ ବେହେରାଙ୍କ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଅପରାହ୍ନରେ ଆଦର୍ଶ କୃଷି ବଜାର ପ୍ରାଙ୍ଗଣରେ ଦୀପାବଳି ଉତ୍ସବ ପାଇଁ ଷ୍ଟଲ ଉନ୍ମୋଚନ କରିବା ସହ ସେହି ପରିସରରେ ଥିବା ମିଶନ ଶକ୍ତି କାଫେ, ମିଲେଟ ଶକ୍ତି କାଫେ ପରିଦର୍ଶନ କରି ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାଙ୍କ ସହ କଥା ବାର୍ତ୍ତା ହୋଇ ସେମାନଙ୍କ ବ୍ୟବସାୟ ଏବଂ ଆନୁସାଙ୍ଗିକ ବ୍ୟବସ୍ଥା ବିଷୟରେ ବୁଝିଥିଲେ । ସେଠାର ପରିଷ୍କାର, ପରିଚ୍ଛନ୍ନତା ଦେଖି ଖୁସି ବ୍ୟକ୍ତ କରିଥିଲେ ।

ପରେ ପରେ ମର୍ଯ୍ୟାକୁଦଠାରେ ନିର୍ମାଣାଧୀନ ଜ଼ିଲ୍ଲାପରିଷଦ କାର୍ଯ୍ୟାଳୟକୁ ଯାଇ ସେଠାରେ ନିର୍ମାଣ କାମକୁ ଅନୁଧ୍ୟାନ କରିଥିଲେ । କାମ ଶୀଘ୍ର ସାରିବା ସହ ଉନ୍ନତ ମାନର କାମ ସଠିକ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ ।

Comments (0)
Add Comment