ପୋଖରୀରେ ବୁଡି ଶିଶୁ ମୃତ

ଚମ୍ପୁଆ:ପଡୋଶୀ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଶିଶୁ ଝାଡ଼ଖଣ୍ଡ ରାଜ୍ୟର ଖୁଣ୍ଟିଆପଦା ମାମୁଁଘରକୁ ଆସି ସେଠାରୁ ନିକଟସ୍ଥ ଗୁଣୁଗାଁ ନିଜ ପିଉସୀ ଘରକୁ ମାଆ ସହିତ ବୁଲିବାକୁ ଆସିଥିବା ଶିଶୁ ସାଇ ରଞ୍ଜନ ନାଏକ(୪) ପିତା ଜଗନ୍ନାଥ ନାଏକ କୌଣସି କାରଣବଶତଃ ପାଣିରେ ବୁଡି ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ସାଇ ରଞ୍ଜନର ମାଆ ଓ ପିଉସୀ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଖୋଜାଖୋଜି କରିବାପରେ ଶେଷରେ ନିଜ ବାଡ଼ିରେ ଥିବା ପୋଖରୀରେ ଶିଶୁର ଚପଲ ଭାସୁଥିବା ଦେଖିବାକୁ ପାଇଥିଲେ । ପିଉସା ବାଲିଆ ନାଏକ ପୋଖରୀରୁ ଶିଶୁ ପୁତ୍ରକୁ ଉଦ୍ଧାର କରି ନିକଟସ୍ଥ ଚମ୍ପୁଆ ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଚମ୍ପୁଆ ଥାନାକୁ ଖବର ଦେବା ପରେ ସେଠାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଥାନା ଏନ୍‌ଏସଆଇ ରେବତୀ ବୁଡି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Comments (0)
Add Comment