ଭୁବନେଶ୍ୱର:ଅଗଷ୍ଟ ୯ ତାରିଖରେ ପଡ଼ୁଛି ଏଥର ରାଖି ପୂର୍ଣ୍ଣିମା। ଏହି ଦିନ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ। ୨ ଲକ୍ଷ ମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି।ପ୍ରଥମ କିସ୍ତି ନେଲା ପରେ ଆୟକର ରିଟର୍ନ ଦେଇଛନ୍ତି, କିଏ ଗାଡ଼ି କିଣିଛନ୍ତି, ଏବଂ କାହାର ୫ ଏକର ଜମି ଥିବା କାରଣରୁ ସେମାନଙ୍କୁ ବାଦ ଦିଆଯାଇଛି | ଅଗଷ୍ଟ ୯ ତାରିଖ ପରେ ସର୍ଭେ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା|
ସେ କହିଛନ୍ତି, ତୃତୀୟ କିସ୍ତି ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ୍ | ୨୧ ବର୍ଷ ହୋଇଥିଲେ ଯୁବତୀ ମହିଳା କରିପାରିବେ ଆବେଦନ| ବାଦ ପଡ଼ିଥିବା ୨ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ ଆଉଥରେ ହେବ ସର୍ଭେ | ୯୩ହଜାର ହିତାଧିକାରୀ ମହିଳାଙ୍କୁ ୬୦ ବର୍ଷ ପୁରିଥିବାରୁ ବିଭାଗ ସେମାନଙ୍କୁ ଭତ୍ତା ପାଇଁ ଏସଏସଇପିଡିକୁ ପଠାଇଛି |