୧୨ ଦିନ ଅନ୍ଧାରରେ ରହି ବିଜୁଳି ପାଇଁ ହନ୍ତସନ୍ତ୍‌ ଡୁଗୁଡ଼ିପାରି ଗ୍ରାମବାସୀ,ପଞ୍ଚାୟତ କାର୍ଯ୍ୟାଳୟ କଲେ ଘେରାଉ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ଗ୍ରାମପଞ୍ଚାୟତର ଡୁଗୁଡ଼ିପାରି ଗ୍ରାମ ଯେଉଁଠାରେ ୪ ଗୋଟି ୱାର୍ଡ ରହିଛି (୮,୯,୧୦,୧୧ ୱାର୍ଡ) ପାଖାପାଖି ୨୦୦୦ ଉଦ୍ଧ୍ୱର୍ ଲୋକେ ବାସ କରୁଛନ୍ତି । କିନ୍ତୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଏଠାକାର ଜନସାଧାରଣ । ସୂଚନା ଅନୁସାରେ ଏହି ୪ ଗୋଟି ୱାର୍ଡ ମଧ୍ୟରେ (ରେଙ୍ଗାସାହି, ଡ଼ମାଗୁଡ଼ା, ଦୁବେସାହି, ମାଦିସାହି, ରଡ ସାହି,ମାହା ନାଯୁ, ପାଙ୍ଗାନାଯୁ,ପଣସ ସାହି, ସୁଣ୍ଡି ସାହି ରହିଛି ) ଏହି ୯ ଗୋଟି ସାହିରେ ଗତ ପାଖାପାଖି ୧୨ ଦିନ ହେବ ବିଦ୍ୟୁତ୍‌ ସେବା ବନ୍ଦ ରହିଥିବା ବେଳେ ଟ୍ରାନ୍ସଫର୍ମର ପୋଡ଼ି ଯାଇ ଗାଁ ଅନ୍ଧକାରମୟ ହେଉଛି । ଟାଟା କମ୍ପାନୀ ଯେଉଁ ଦିନ ଠାରୁ ଏହି ବିଦ୍ୟୁତ୍‌ ବିତରଣ ନିମନ୍ତେ ଦାୟିତ୍ୱ ନେଇଛି ସେ ଦିନ ଠାରୁ କୌଣସି ନା କୌଣସି ଅସୁବିଧା ଲାଗି ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗତ ୩ ଦିନ ପୂର୍ବେ କତିଙ୍ଗିଆ ଅଞ୍ଚଳବାସୀ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରିଥିଲେ । ପୁଣି ଆଜି କଳିଙ୍ଗା ପଞ୍ଚାୟତ ବାସି ଶତାଧିକ ମହିଳା ପୁରୁଷ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରିବା ପାଇ ୩ଟି ଟ୍ରାକ୍ଟରରେ ବାହାରିଥିଲେ । ବାରମ୍ବାର ଅନଲାଇନ୍‌ ଦ୍ୱାରା ଅଭିଯୋଗ ଦିଆଯାଇଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନର ବାଟ ଦୀର୍ଘ ୧୨ ଦିନ ହେବ ହୋଇପାରି ନଥିଲା । ତେଣୁ ଆଜି ଶତାଧିକ ମହିଳା ପୁରୁଷ କାର୍ଯ୍ୟାଳୟ ଘେରାଉ ପାଇଁ ବାହାରିଥିଲେ । ସେପଟେ ଅନ୍ୟ ଏକ ଅଭିଯୋଗ ଯେ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ୩ ରାସ୍ତା ଶୋଚନୀୟ ହୋଇପଡ଼ିଛି । ରାସ୍ତା ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ କେଉଁଠି କଂକ୍ରିଟ ରାସ୍ତା ତଳେ ମାଟି ଖାଇ ଗଲାଣି, ଯଦି ଗାଡି ଗୁଡ଼ିକ ଯିବା ଆସିବା କରିବ ତେବେ ତାହା ଭାଙ୍ଗି ଯିବ ଓ ଯାତାୟାତ ବାଧାପ୍ରାପ୍ତ ହେବ । ଭାରିଯାନ ଯିବା ମନା, ଆମ୍ବୁଲାନ୍ସ ପାଇ ବହୁତ୍‌ କାଳ, ରୋଗୀ କିମ୍ବା ଗର୍ଭବତୀମାନଙ୍କ ପାଇଁ ସେବାରେ ବାଧା ସୃଷ୍ଟି ହେଉଛି । ତେବେ ଏହି ଅଞ୍ଚଳର ଜନସାଧାରଣ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ କରିବା ପାଇଁ ବାହାରିଥିଲେ । କାରଣ ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳିଙ୍ଗା ପଞ୍ଚାୟତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଆସିଥିଲେ । ସେହି ସୁଯୋଗରେ ଉକ୍ତ ଅଞ୍ଚଳର ଶତାଧିକ ମହିଳା ପୁରୁଷ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ନିଜର ଦାବି ଉପସ୍ଥାପନ କରିଥିଲେ । ସେପଟେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ ପରେ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ଏସଡିଓଙ୍କୁ ଯୋଗାଯୋଗ କରିଥିଲେ ଓ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସ୍ଥାନୀୟ ବିଡ଼ିଓଙ୍କ ବିଦ୍ୟୁତ୍‌ ଓ ରାସ୍ତା ଖୁବ୍‌ ଶୀଘ୍ର ସରକାରଙ୍କ କୌଣସି ଯୋଜନାରେ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘେରାଉ କରିଥିବା ଅଞ୍ଚଳବାସୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କଥା ପ୍ରକାରେ ରାଜି ହୋଇଥିଲେ । କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କଥା ଅନୁସାରେ ଦାବି ପୁରଣ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ପୁଣି ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି ।

Comments (0)
Add Comment