ଚନ୍ଦ୍ର ଶେଖର ଏକାଡେମୀକୁ ବଡ଼ ସଫଳତା, ଜାପାନର ଆଇଟି କମ୍ପାନୀରେ ନିଯୁକ୍ତି ପାଇଲେ ୩ ଛାତ୍ର

ପୁରୀ : ପୁରୀରେ ପ୍ରଥମ ଥର ପାଇଁ ଜାପାନର ଏକ ବିଶିଷ୍ଟ ଆଇଟି କଂପାନୀରେ ନିଯୁକ୍ତି ପାଇଛନ୍ତି ଚନ୍ଦ୍ରଶେଖର ଏକାଡେମୀର ୩ ଛାତ୍ର । ଫଳରେ ଏହାକୁ ନେଇ ଏକାଡେମୀ ସମେତ ପୁରୀ ସହରରେ ଖୁସିର ଲହରୀ ଖେଳି ଯାଇଛି । ଏହି କୃତିତ୍ୱ ହାସଲ କରିଥିବା ଛାତ୍ରମାନେ ଭାରତ ସରକାରଙ୍କ ଅଧୀନ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି ର ‘ଇ’ ଲେଭେଲ ଓ ଜାପାନ ଭାଷାରେ ଚନ୍ଦ୍ର ଶେଖର ଏକାଡେମୀରେ ବିଦ୍ୟା ଅଧ୍ୟୟନ କରିଥିଲେ । ଦୀର୍ଘ ୨ ବର୍ଷର ବିଦ୍ୟା ଅଧ୍ୟୟନ କରିବା ପରେ ଆଇଟି ‘ଇ’ ଲେଭେଲ ଓ ଜାପାନ ଭାଷା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । କୃତକାର୍ଯ୍ୟ ପରେ ଉପରୋକ୍ତ ଛାତ୍ରମାନଙ୍କୁ ଜାପାନର ଏକ ବିଶିଷ୍ଟ ଆଇଟି କଂପାନୀରେ ସିଷ୍ଟମ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବା ଲାଗି ଚୟନ ହୋଇଛନ୍ତି । ସେହି କୃତିତ୍ୱ ଛାତ୍ର ମାନେ ହେଲେ ବିଜୟ ବେହେରା , ସିଦ୍ଧାର୍ଥ ରାଉତ ଓ ବିଶ୍ୱଜିତ ମହାରଣା । ଓଡ଼ିଶାରୁ ପ୍ରଥମ ଥର ଲାଗି ଜାପାନରେ ନିଯୁକ୍ତି ପାଇବାରେ ଏହି ଛାତ୍ରମାନେ ପ୍ରଥମ । ଅନ୍ୟପକ୍ଷରେ ଜାପାନର କଳା ସଂସ୍କୃତି, ଜ୍ଞାନ କୌଶଳ ମୋତେ ବହୁତ୍‌ ଆକର୍ଷିତ କରିଥିଲା । ତାହା ଆଜି ଚନ୍ଦ୍ର ଶେଖର ଏକାଡେମି ଲାଗି ସାକାର ହୋଇଛି । ଏ ସଫଳତା ଶେଖର ଏକାଡେମୀ ତଥା ଭାରତ -ଜାପାନ ମୈତ୍ରୀ କେନ୍ଦ୍ର, ଭାରତର ସଭାପତି ଶ୍ରୀମନ୍ତ କୁମାର ଦାଶ, ଏକାଡେ଼ମୀର ଅଧ୍ୟକ୍ଷା, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉଦ୍ୟମ ଯୋଗୁଁ ଏ ସଫଳତା ହାସଲ ହୋଇପାରିଛି । ଭାରତ -ଜାପାନ ମୈତ୍ରୀ କେନ୍ଦ୍ର, ଜାପାନର ସଭାପତି କୁନା ଦାଶ, ଏକାଡେମି ସମ୍ପାଦକ ସଞ୍ଜୀବ କୁମାର ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Comments (0)
Add Comment