ଦଶପଲା : ଆଜି ସଂଧ୍ୟା ୫ଟା ୩୦ ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦଶପଲ୍ଲା ନିକଟସ୍ଥ ଟାକରା ଓ ବୁଗୁଡା ମଧ୍ୟବର୍ତ୍ତୀ ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ଏକ ବିରାଟ ଶାଳଗଛ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଉପରେ ପଡିଯିବାରୁ ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ବନପାଳ ଦୀପ୍ତିରଂଜନ ନାୟକ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି ।