ପୁରୀ : ମାତ୍ର ୧୪ ମିନିଟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ମିରାକଲ କ୍ଲିନିଂ । ଏବେ ମାତ୍ର ୧୪ ମିନିଟ ଭିତରେ ପରବର୍ତ୍ତୀ ଯାତ୍ରା ପାଇଁ ପ୍ରସ୍ତୁତ ହେଇପାରୁଛି ବନ୍ଦେ ଭାରତ । ଆଜିଠାରୁ ଆରମ୍ଭ ହୋଇଛି ୧୪ ମିନିଟର ମିରାକଲ କ୍ଲିନିଂ । ଦିଲ୍ଲୀର ଆନନ୍ଦ ବଜାର, ଚେନ୍ନାଇ,ପୁରୀ ଏବଂ ଶିରିଡି ସମେତ ଦେଶର ୨୯ଟି ସ୍ଥାନରେ ଆରମ୍ଭ ହୋଇଛି ଏହି କ୍ଲିନିଂ ଯୋଜନା । ଜାପାନର ବୁଲେଟ ଟ୍ରେନ ଭଳି ଖୁବ କମ ସମୟ ଭିତରେ ସଫା ହୋଇଯାଉଛି ଏହି ବନ୍ଦେ ଭାରତ ଏକ୍ସପ୍ରେସ । ବନ୍ଦେ ଭାରତର ୧୬ ଟି କୋଚରେ ୩ ଜଣ ଲେଖାଏଁ ସଫେଇ କର୍ମଚାରୀ ମାନେ ରହିବା ସହ ତଳେ ଦୁଇଜଣ ସହାୟକ ରହୁଛନ୍ତି । ହାତରେ ବାଲ୍ଟି, ୱାଇପର, କ୍ଲିନର ଧରି ଫଟାଫଟ ଅର୍ଥାତ ଚମତ୍କାର ଭାବରେ ଟ୍ରେନ ଟିକୁ ଚିକ୍କଣ ଓ ପରିଷ୍କାର କରିପାରୁଛନ୍ତି ସଫେଇ କର୍ମଚାରୀ । ଯାହା ଆଗରୁ ୪୫ ରୁ ୫୦ ମିନିଟ ପର୍ଯ୍ୟନ୍ତ ଲାଗୁଥିଲା । ପୂର୍ବତଟ ରେଳବାଇ ପକ୍ଷରୁ ପୁରୀରେ ହାୱାଡ଼ା ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ଏହି ମିରାକଲ କ୍ଲିନିଂ ଟିମର ଲିଡ଼ ନେଇଥିଲେ ଡିଭିଜନାଲ ରେଲୱେ ମ୍ୟାନେଜର ଏଚ ଏସ ବଜୱା ।