ରାଇକିଆ ବ୍ଲକ୍‌ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ବିଜେଡି ତରଫରୁ ମଙ୍ଗଳବାର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବେରେଡ଼ାକିଆ ପଂଚାୟତରୁ ଆରମ୍ଭ ହୋଇ ରାଇକିଆ ସହର ଏବଂ ମଣ୍ଡାକିଆ ପଂଚାୟତର ବୁଡ଼ାମାହା ଓ ବାକିଙ୍ଗିଆ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ସେଠାରେ ଏକ ସଭାରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ , ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ, ଜିଲ୍ଲା ଉପସଭାପତି ହୃଷୀକେଶ ପାଢ଼ୀ, ଜିଲ୍ଲା ସଂପାଦକ ବିଜୟ ପଣ୍ଡା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ବିଷ୍ଣୁ ମଲିକ, ପୂର୍ବତନ ବ୍ଲକ୍‌ ସଭାପତି ପ୍ରଦିପ ପ୍ରଧାନ, ବ୍ଲକ୍‌ ମହିଳା ସଭାନେତ୍ରୀ ଶୀତଲ ନାୟକ, ବ୍ଲକ୍‌ ଛାତ୍ର ବିଜେଡ଼ି ସଭାପତି ରୋସନ୍‌ ନାୟକ, ଏସଡିସି ସଦସ୍ୟ ଭୂଷଣ ପ୍ରଧାନ ଯୋଗ ଦେଇ ଲୋକଙ୍କୁ ସମ୍ବୋଧିତ କରିଥିଲେ । ଦଳ କିପରି ୨୩ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଛି ଏବଂ ଓଡ଼ିଶା ବିକାଶର ପ୍ରତୀକ ଭାବେ ସାରା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ସେ ସମ୍ପର୍କ ରେ କହିବା ସହ ସରକାରଙ୍କ ତୃଣମୂଳ ସ୍ତରରୁ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ବ୍ଲକ୍‌ ବିଜେଡ଼ି ସଭାପତି ରାଜମୋହନ ଦିଗାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଥିରେ ବିଜେଡିର ବହୁ କର୍ମୀ ସାମିଲ ହୋଇଥିଲେ ।

Comments (0)
Add Comment