ଦାରିଙ୍ଗବାଡ଼ି ସରକାରୀ (ଏସଏସଡି) ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ବାଲିଗୁଡ଼ା/ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସ୍ଥିତ ସରକାରୀ (ଏସ .ଏସ.ଡି )ବିଜ୍ଞାନ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସୌଜନ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ଆନୁକୁଲ୍ୟରେ ନୂଆ ଓଡିଶା, ଯୁବ ଓଡିଶା, ନବୀନ ଓଡିଶା ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡା, ସାମାଜିକ କାର୍ଯ୍ୟକଳାପ, କଳା ଓ ସାଂସ୍କୃତିକ ସମନ୍ୱିତ ସମାରୋହ-୨୦୨୩ ଅନୁଷ୍ଠିତ ହୋଇଯାଇଛି ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସୋନାଲିସା ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ କୃପାସିନ୍ଧୁ ବେହେରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା ବ୍ଲକ ମଙ୍ଗଳ ଅଧିକାରୀ ବିଶ୍ୱନାଥ ଜାଲି ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ଦାରିଙ୍ଗବାଡି ବଜାର ଓ ମେଡିକାଲ ପରିସରରେ ସଫେଇ କାର୍ଯ୍ୟ କରାଯାଇଥିଲା କ୍ଷ ଏଥି ସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ,ସଙ୍ଗୀତ, ନୃତ୍ୟ, ଫୋଟୋଗ୍ରାଫି, ଖୋ-ଖୋ, ଚେସ, ଛାତ୍ର କବାଡି,ଛାତ୍ରୀ କବାଡି ,ବ୍ୟାଡମିଣ୍ଟନ, ସଟପୁଟ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ବେହେରା ନିଜ ବକ୍ତବ୍ୟରେ ଉପସ୍ଥିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରି ଛାତ୍ର ଜୀବନରେ କ୍ରୀଡାର ଉପଲବ୍ଧି ସମ୍ପର୍କରେ ଆଲୋକପାତ କରି ସବୁ ପ୍ରକାର କ୍ରୀଡ଼ାରେ ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବାକୁ ପରାମର୍ଶ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ସୋନାଲିସା ପୃଷ୍ଟି ଛାତ୍ରଛାତ୍ରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ସେବା, କ୍ରୀଡା ଓ ସଂସ୍କୃତିର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିବା ବେଳେ ଆୟୋଜିତ ସମାରୋହରେ ମହାବିଦ୍ୟାଳୟର ଅଧ୍ୟାପିକା ଶର୍ମିଷ୍ଠା କୁମାରୀ ପ୍ରଧାନ, ଶ୍ରୀନିତା ସୋନାଲିନ, ରଶ୍ମିତା ଦଳେଇ, ହରପ୍ରିୟା ବେହେରା, ଅଧ୍ୟାପକ ରମାକାନ୍ତ ପାତ୍ର ,ସତ୍ୟଜିତ ଧାମୁଡିଆ,ସମ୍ବିତ ସତ୍ୟପ୍ରକାଶ ମିଶ୍ର , ଅଜୟ କୁମାର ଗୌଡ଼ଙ୍କ ସମେତ ମହାବିଦ୍ୟାଳୟ କର୍ମଚାରୀଙ୍କ ସମେତ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Comments (0)
Add Comment