ଚନ୍ଦ୍ରାୟନ-୩ର ବାଲୁକା କଳା ପ୍ରଦର୍ଶିତ

ପୁରୀ : ଆଜି ଅପରାହ୍ନ ୨ଟା ୩୫ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩ ଏକ ଲଞ୍ଚ ଭେଇକିଲ ମାର୍କ ୩ ଦ୍ୱାରା ଉତକ୍ଷେପଣ କରାଯିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏଥିଲାଗି ଏହାର ଲଞ୍ଚ ରିହରସେଲ ମଧ୍ୟ ସରିଛି । ଚନ୍ଦ୍ରାୟନ ୩ର ସଫଳ ଉତକ୍ଷେପଣକୁ ନେଇ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବେଳାଭୂମିରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକାକୃତି । ଏଥିରେ ଚନ୍ଦ୍ରାୟନ ୩ର ଏକ ବାଲୁକାକୃତି ପ୍ରଦର୍ଶିତ କରିଛନ୍ତି ।
୫ଶହ ଷ୍ଟିଲ ପାତ୍ର ବାବହାର କରିବା ସହିତ ଗଢିଛନ୍ତି ଚନ୍ଦ୍ରୟାନ ୩ର ବାଲୁକା କଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ “ବିଜୟୀ ଭବ” ବାର୍ତ୍ତା ସହିତ ୫ଶହ ଷ୍ଟିଲ ପାତ୍ର ସ୍ଥାପନ କରି ଏହି ଆକର୍ଷଣୀୟ ଚନ୍ଦ୍ରାୟନ ୩ ର ବାଲୁକା କଳା ପ୍ରଦର୍ଶିତ କରିଛନ୍ତି । ଚନ୍ଦ୍ରାୟଣ ୩କୁ ନେଇ ଗଢିଥିବା ଏହି ବାଲୁକାକୃତିଟିରେ ୧୫ଟନ୍‌ ବାଲି ବ୍ୟବହାର ହୋଇଥିବା ବେଳେ ଲମ୍ବ ରହିଛି ପ୍ରାୟ ୨୨ ଫୁଟ୍‌ । ଏହି ବାଲୁକାକୃତି ଗଢିବାରେ ସୁଦର୍ଶନ ପଟ୍ଟନାୟକଙ୍କୁ ସହଯୋଗ କରିଥିଲେ ତାଙ୍କ ବାଲୁକା କଳା ବିଦ୍ୟାଳୟର ଛାତ୍ର । ତେବେ ଚନ୍ଦ୍ରାୟନ ୩ର ସଫଳତା ଲାଗି ବାଲୁକାକୃତି ଜରିଆରେ ଆଶାବ୍ୟକ୍ତ କରିଛନ୍ତି ସୁଦର୍ଶନ ।

Comments (0)
Add Comment