ବରିଷ୍ଠ ସାମ୍ବାଦିକ ବିଜୟ କୁମାର ମିଶ୍ରଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ଖବରଦାତା ବିଜୟ କୁମାର ମିଶ୍ର (୬୬)ଙ୍କ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଶୁକ୍ରବାର ଭୋର୍‌ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରିଛନ୍ତି । ଶୁକ୍ରବାର ସକାଳେ ନିଜ ଗାଁ ଖପ୍ରାଖୋଲ ବ୍ଲକ୍‌ର ଧଣ୍ଡାମୁଣ୍ଡାରେ ମୃତଦେହ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ହୋଇ ଉଠିଥିଲା । ପ୍ରେସ କ୍ଲବ ତରଫରୁ ଅଭୟ ତ୍ରିପାଠୀ, ତାପସ ବେହେରା, ଉମାକାନ୍ତ ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ମିଶ୍ର, ବଂଶୀଧର ସେଠ, ସଦାଶିବ ସରାଫ, ବ୍ଲକ୍‌ ଅଧ୍ୟକ୍ଷା ନିରୁପମା ପଟେଲ, ଚାଷୀନେତା କ୍ଷମାନିଧି ଭୋଇ, ସରପଞ୍ଚ ବୈଦ୍ୟନାଥ ମିଶ୍ର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ଶେଷକୃତ୍ୟ ଗାଁ ନଦୀ କୂଳରେ ହୋଇଥିବା ବେଳେ ପୁତ୍ର ସରୋଜ କୁମାର ମିଶ୍ର ମୁଖଗ୍ନି ଦେଇଥିଲେ । ଏହି ଅବସରରେ ଝିଅ, ଜ୍ୱାଇଁ, ନାତୁଣୀ, ନାତି, ପୁତୁରା ବହୁ, ପୁତୁରା ବହୁ, ବନ୍ଧୁବର୍ଗ ଉପସ୍ଥିତ ଥିଲେ । ସେ ଖବରଦାତା ରୂପେ ରୁଦ୍ରଆହ୍ୱାନ ସାପ୍ତାହିକ ଖବରକାଗଜରୁ ଆରମ୍ଭ କରିଥିବା ବେଳେ ସମ୍ବାଦର ଧାଣ୍ଡମୁଣ୍ଡା ପ୍ରତିନିଧି ରୂପେ ୨୫ ବର୍ଷ ଧରି କାମ କରିଆସୁଥିଲେ । ତାଙ୍କର ବିୟୋଗରେ ପାଟଣାଗଡ଼ ଉପଖଣ୍ଡ ଯୁବପତ୍ରକାର ସଂଘ ପକ୍ଷରୁ ଶୋକବ୍ୟକ୍ତ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।

Comments (0)
Add Comment