ସମବାୟିକା ପକ୍ଷରୁ ଜନ ସଚେତନତା ସମାରୋହ ଓ ସମ୍ବର୍ଦ୍ଧନା ସଭା

କଟକ : ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ଓଡିଶା ସମବାୟ ସୁରକ୍ଷା ସଂଘ ତଥା ସମବାୟ ସୁରକ୍ଷା ଓ ବିକାଶର ବାର୍ତାବହ ଭାବେ ପାକ୍ଷୀକ ସମ୍ବାଦ ପତ୍ର ସମବାୟିକା ପକ୍ଷରୁ ଚଳିତ ବର୍ଷ ସ୍ଥାନୀୟ ଗାନ୍ଧୀ ଭବନ ସଭାଗୃହରେ ୧୮ତମ ରାଜ୍ୟସ୍ତରୀୟ ସମବାୟ ଜନ ସଚତେନତା ସମାରୋହ ଓ ସମ୍ବର୍ଦ୍ଧନା ସଭା ମୁଖ୍ୟ ଅତିଥି ଭାବରେ ପ୍ରଭାତ କୁମାର କାନୁନଗୋ ଯୋଗଦେଇ ପ୍ରଦୀପ ପ୍ରଜ୍‌ୁଳନ କରି ଉଦ୍‌ଘାଟନ କରିଥିଲେ । ସଂଘ ପକ୍ଷରୁ ପ୍ରକାଶିତ ମୁଖପତ୍ର ଭାବରେ ପାକ୍ଷିକ ସମ୍ବାଦପତ୍ର ସମବାୟିକା ମୁଖ୍ୟ ଅତିଥିଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା । ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ େଦେଇଥିଲେ । ସଂଘର ସଭାପତି ପ୍ରଫୁଲ କୁମାର ସିଂହ ସଭାପରିଚାଳନା କରିଥିଲେ ।
ଓଡିଶା ସମବାୟ ଆନ୍ଦୋଳନର ସୁରକ୍ଷା ତଥା ବିକାଶ ପାଇଁ ଦୀର୍ଘ ୧୮ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଓଡିଶା ସମବାୟ ସୁରକ୍ଷା ସଂଘ ସୁପରିଚିତ । ଜନସାଧାରଣଙ୍କୁ ସମବାୟ ଆନ୍ଦୋଳନ ମାଧ୍ୟମରେ ସେବା ଯୋଗାଇ ଆସୁଥିବା ଅନୁଷ୍ଠାନ ତଥା କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ସଦାସର୍ବଦା ଚେଷ୍ଟା ଚଳାଇ ଆସୁଛି । ଯାହାକି ଉକ୍ତ ସମାରୋହ ଉତ୍ସବରେ ସମବାୟ ଆନ୍ଦୋଳନ ସହିତ ଜଡିତ ଓଡିଶାର ବିଭିନ୍ନ ଜିଲ୍ଲାର ବ୍ୟକ୍ତିବିଶେଷ, ଅନୁଷ୍ଠାନ ତଥା ସମାଜରେ ପ୍ରତିଷ୍ଠା ଲାଭ କରି ଥିବା ପ୍ରତିଭାଧର ମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ସମବାୟ ସୁରକ୍ଷା ସମ୍ମାନରେ ମୂଖ୍ୟ ଅତିଥି ପ୍ରଭାତ କୁମାର କାନୁନଗୋ, ସଭାପତି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ, ମୂଖ୍ୟବକ୍ତା ଅକ୍ଷୟ କୁମାର ମହାନ୍ତି, ପୂର୍ବତନ ସଭାପତି, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ସମ୍ମାନୀତ ଅତିଥି ଭାବରେ ଲକ୍ଷ୍ମୀଧର ସୁବୁଦ୍ଧି,ଓ.ସି.ଏସ. ଯୁଗ୍ମ ନିବନ୍ଧକ, ସମବାୟ ସମିତି ସମୁହ, ଓଡିଶା, ଭୁବନେଶ୍ୱର, ବରିଷ୍ଠ ସାମ୍ବାଦିକ ସତ୍ୟ ରାୟ, ଓଡିଶା ବୁଣାକାର ଶିବ ପ୍ରସାଦ ସ୍ୱାଇଁ, ମୋନିକା ରାୟ ଓ.ସି.ଏସ., ଉପ- ନିବନ୍ଧକ ସମବାୟ ସମିତି ସମୂହ ତଥା ଓଡିଶା ସମବାୟ ସୁରକ୍ଷା ସଂଘର ଅବସର ପ୍ରାପ୍ତ ସଭାପତି ରଘୁନାଥ ମହାପାତ୍ର ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଆଦର୍ଶ ସମ୍ମାନରେ ସମବାୟ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଏସ.ବି.ଆଇ ଷ୍ଟାପ ଆସୋସିଏସନ କୋ.-ଅପରେଟିଭ, କଟକ, ଦି ଅର୍ବାନ କୋ.-ଅପରେଟିଭ ବ୍ୟାଙ୍କ, ବାଲେଶ୍ୱର, ମହାନଗର ସମବାୟ ସମିତି, କଟକ, ସେବା ବହୁମୁଖୀ ସମବାୟ ସମିତି,କଟକ, ସହଯୋଗୀ ସମ୍ମାନରେ ଏ.ଆର.ସି.ଏସ, ସିଟି ସର୍କଲ, ଏ.ଆର.ସି.ଏସ ସଦର ସର୍କଲ, କଟକ, ଅନନ୍ତ ଚରଣ ସାମଲ, ମୁଖ୍ୟ କାର୍ଯ୍ୟ ନିର୍ବାହୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ, ପ୍ରିୟବ୍ରତ ପଣ୍ଡା, ମୂଖ୍ୟ କାର୍ଯ୍ୟନିର୍ବାହୀ, ଅର୍ବାନ କୋ.-ଅପରେଟିଭ ବ୍ୟାଙ୍କ, କଟକ, ପ୍ରବୋଧ କୁମାର ଓ.ଏସ.ସି.ବି , ଭୁବନେଶ୍ୱର, ରାଧାମୋହନ ସାମଲ-ଢେଙ୍କାନାଳ, କିଶୋର ଚନ୍ଦ୍ର ଦାସ ନୂଆପାଟଣା, ଆଠଗଡ, ସୁଜାତା ମହାପାତ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ, ସାଇ ଶକ୍ତି ଏମ.ପି.ସି.ଏସ, ଆଡଭୋକଟ- ବିଜୟ କୁମାର ପ୍ରଧାନ, ରମାକାନ୍ତ ନାୟକ, ଆଡଭୋକେଟ ରମ।।ନ୍ତ ନାୟକ, ଅନିଲ କୁମାର ଦାସ, ଅଶୋକ କୁମାର ଷଢଙ୍ଗୀ, ଜେ.ପ.ଏନ. ପ୍ରହରାଜ, କ୍ଷେତ୍ରମୋହନ ତେୱାରୀ, ଜାନକୀ ପଟ୍ଟନାୟକ, ଅଅଶୁତୋଷ ପାଇକରାୟ, ଅଭିରାମ ଦାସ ପ୍ରତିଭା ସମ୍ମାନରେ ସୂର୍ଯ୍ୟକାନ୍ତ କର,ବାଲେଶ୍ୱର, ଆଲୋକ କୁମାର ସାହୁ, ବାଲେଶ୍ୱର, ବଶିଷ୍ଠ ପଟ୍ଟନାୟକ, ଇମ୍ରାନ ଖାଁନ୍‌, କୃପାସିନ୍ଧୁ ସାହୁ, ସେବା ସମ୍ମାନରେ ସୁକାନ୍ତ କୁମାର ସେଠୀ,ସଭାପତି, ଆମ୍ବେଦକର ସ୍ମୃତି ପରିଷଦ, ସୋମନାଥ ଘୋଷ, ଓ.ଏସ.ସି.ବି. ଜେଲରୋଡ ବ୍ରାଂଚ, କଟକ, ସାମ୍ବାଦିକ ସମ୍ମାନରେ ତପନ କୁମାର ସାହୁ, ସଂପାଦକ,ନିଷ୍କର୍ଷ, ବାଇଧର ନାୟକ, ସଂପାଦକ, ପ୍ରତିରୋଧ ସମ୍ବାଦ ପତ୍ର ସାହିତ୍ୟ ସମ୍ମାନରେ ଅଧିବକ୍ତା ଦେବସ୍ନାନ ଦାସ, ସଭାପତି, ବନ୍ଦେ ଉତ୍କଳ ଶାରଳା ସାହିତ୍ୟ ସଂସଦ, ଶୁଭବ୍ରତ ମହପାତ୍ର କଳା ସମ୍ମାନରେ ଭିକାରୀ ଚରଣ ପ୍ରଧାନ ଆଦିଙ୍କୁ ସମ୍ବଦ୍ଧିତ କରାଯିବା ସହିତ କଟକ ସହର ମଧ୍ୟରେ ଥିବା ଓଡିଶା ପୋଲିସ ହାଇସ୍କୁଲ, ରଘୁନାଥ ବିଦ୍ୟାପୀଠ, ସନନ୍ତନଳୀନ ବାଳିକା ବିଦ୍ୟାଳୟ, ଶ୍ରୀ ଭାରତୀ ସ୍କୁଲ, ରେଭନ୍ସା କଲଜିଏଟ ସ୍କୁଲ, ସରସ୍ୱତୀ ବିଦ୍ୟାମନ୍ଦିର, ବାଲୁବଜାର, ସରକାରୀ ବାଳିକା ବିଦ୍ୟାଳୟ, କାଜି ବଜାର, ଭକ୍ତମଧୁ ବିଦ୍ୟାପୀଠ, ରେଭେନ୍ସା ବାଳିକା ବିଦ୍ୟାଳୟ, ପି.ଏମ. ଏକାଡେମୀର ୮ମ ଓ ୧୦ମ ଶ୍ରେଣୀର ଅଧୟନରତ ୨୦ଜଣ ମେଧା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା ।
କଟକ ତଥା କଟକ ବାହାର ଜିଲ୍ଲାରୁ ଆସିଥିବା ବିଭିନ୍ନ ସମବାୟ ଅନୁଷ୍ଠାନର କର୍ମକର୍ତ୍ତା ତଥା ଅଧିକାରୀ ମାନେ ନିଜ ନିଜର ମତ ଉପସ୍ଥାପନା କରିଥିଲେ । ବିଶେଷ କରି ବର୍ତମାନ ସମୟରେ ସମବାୟ ଆନ୍ଦୋଳନ ଏକ ଘଡସନ୍ଧି ମୁହୂର୍ତ୍ତରେ ଗତି କରୁଛି । ଯାହାକି ଉଦାରୀକରଣ ଅଥନୀତି ସହିତ କରପୋରେଟ ହାଉସର ପ୍ରାଧାନ୍ୟତା ପାଇଁ ସମବାୟ ଅନୁଷ୍ଠାନନ ଗୁଡି ଉପରେ ଏହାର ପ୍ରଭାବ ପଡିଛି । ଯାହାଫଳରେ ସମାଜରେ ବସବାସ କରୁଥିବା ଆର୍ଥୀକ ଦୃର୍ବଳଶ୍ରେଣୀ ଲୋକମାନଙ୍କର ସମାଜିକ ତଥା ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଯେଉଁ ସମବାୟ ଦିନେ ମୂଖ୍ୟ ଭୂମିକା ଗ୍ରହଣ କରୁଥିଲା ତାହା ଆଜି ସରକାରଙ୍କ ନୂତନ ଆର୍ଥିକ ଯୋଜନା ପାଇଁ ମୂଳ ଭୂମିକାକୁ ହରାଇ ବସିବାକୁ ଯାଉଛି । ବିଶେଷକରି ପୁଂଜିପତି ତଥା ଘରୋଇକରଣ ବ୍ୟବସ୍ଥା ଭିତରେ ସମବାୟ ଅନୁଷ୍ଟାନ ଗୁଡିକ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ଯାଉଛି । ସରକାର କୃଷି କ୍ଷେତ୍ରକୁ ଯେତିକି ପରିମାଣରେ ଗୁରୁତ୍ୱ ଦେଇ ଆସୁଛନ୍ତି ସେହିପରିମାଣରେ ଅଣକୃଷି ସମାବୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇ ଅର୍ଥ ବ୍ୟବସ୍ଥା କରାଗଲେ ସମବାୟ ଆନ୍ଦୋଳନ ସହ ଜଡିତ ଥିବା ଲୋକମାନଙ୍କର ଉନ୍ନତି ହୋଇପାରିବ ବୋଲି ଉପସ୍ଥିତ ଅତିଥିମାନେ ମତ ଉପସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଘର ସାଧାରଣ ସଂପାଦକ ପ୍ରତାପ ଚନ୍ଦ୍ର ସାହୁ, ସହ ସଂପାଦକ ବିଜୟ କୁମାର ପ୍ରଧାନ, ସହଯୋଗୀ ମହେଶ ଦାସ ଆଦି ପରିଚାଳନା କରିଥିଲେ । ସଂଘର ଉପ ସଭାପତି ମମତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment