ନୟାଗଡ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରାଢିପି ପଂଚାୟତ ଅଧିନସ୍ଥ କରଡାପଲ୍ଲୀ ନିକଟରୁ ବନବିଭାଗ ପକ୍ଷରୁ ମୂଲ୍ୟବାନ କାଠ ସହ ଏକ କରତ ଜବତ କରାଯାଇଛି । ସୂଚନା ମୁତାବକ ମହିପୁର ବନଖଣ୍ଡ ଅଧିନସ୍ଥ ବନପାଳ ସୂର୍ଯ୍ୟକାନ୍ତ ମହାରଣା ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଶାଳଗଣ୍ଡି ୬ଟି, ଶିରିଶ ୧, ଶାଳସାଇଜ ୬ଟି କାଠ ଜବତ ହେବା ସହିତ ଘଟଣା ସ୍ଥଳରୁ ଏକ କରତ ଜବତ ହୋଇଛି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୪୦୦୦୦ ଟଙ୍କା ବୋଲି ବନବିଭାଗ ସୂଚନା ଦେଇଛି । ଘଟଣା ସ୍ଥଳରୁ ଆସାମୀ ଫେରାର ହୋଇଯାଇଥିଲେ । ସେ ନେଇ ବନବିଭାଗ ଏକ ମାମଲା ରୁଜୁ ହୋଇଥିବାର ବନବିଭାଗ ସୂଚନା ଦେଇଛି । ଘଟଣା ସ୍ଥଳରେ ବନପାଳ ସମେତ ସିଗ୍ଧାରାଣୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ସାହୁ, ବିଘ୍ନେଶ ବେହେରା, ରଶ୍ମିତା ଶେଠୀ, ରୀନା ସେଠୀ ବନ କର୍ମଚାରୀ ଓ ବନବିଭାଗର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ ।