ମମତା ଏଚଆଇଏମସି ପ୍ରଜେକ୍ଟ ଜାଗୃତି ତରଫରୁ ଅକ୍ଷରା କାର୍ଯ୍ୟକ୍ରମ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ଘଓଗୁର୍ଲି,କାନୁଟ ଓ ନୁନହାଡ ହାଇସ୍କୁଲରେ ମମତା ଏଚଆଇଏମସି ଜାଗୃତି ଅନୁଷ୍ଠାନ ପକ୍ଷରୁ ଅକ୍ଷରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରାମ ଦ୍ୱାରା ନାରୀ ଶିକ୍ଷା ଓ ବାଲ୍ୟ ବିବାହ ଉପରେ ସଚେତନ କରାଯାଇଥିଲା । ଏଥିରେ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ସମସ୍ତ ସଭ୍ୟ ତଥା ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନେ ଉପସ୍ଥିତ ଥିଲେ । ପ୍ରଜେକ୍ଟର ଜିଲ୍ଲା କୋଡିନେଟର ବେଞ୍ଜାମିନ ନାୟକ ସ୍ୱାଗତ ଭାଷଣ ଦେବା ସହ ଅକ୍ଷରା କାର୍ଯକ୍ରମର ଉଦ୍ଦେଶ୍ୟରେ ବର୍ଣ୍ଣନା କରିଥିଲେ । ଅଠର ବର୍ଷ ପର୍ଯ୍ୟନ୍ତ ସମସ୍ତ ଝିଅ ପାଠ ପଢିବା ଜରୁରୀ ବୋଲି ଶ୍ରୀ ନାୟକ କହିଥିଲେ । ବାଲ୍ୟ ବିବାହକୁ ରୋକିବାର ଏହା ଏକ ପ୍ରାୟାସ ଓ ଏହି କାର୍ଯ୍ୟକ୍ରମ ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଜୟୀ ପ୍ରତିଯୋଗୀ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ପ୍ରଜେକ୍ଟର ସାଥି କର୍ମଚାରୀ ମାନେ ସହଯୋଗ କରିଥିଲେ ।

Comments (0)
Add Comment