ନଗର କଂଗ୍ରେସ୍‌ କମିଟି ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତ୍ତନ ସତ୍ୟାଗ୍ରହ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମଠ ସମ୍ମୁଖରେ ଆଜି ସକାଳ ୯ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ସହରର ଶ୍ରୀ ଜଗନ୍ନାଥ ମଠ ସମ୍ମୁଖରେ ତଥା ରାଜଦାଣ୍ଡ ଉପରେ ଆଜି ସତ୍ୟାଗ୍ରହ ସଂକୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଗଣତି, ମଣତି, ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଦ୍ୱାରା ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ଚାଷୀ ଛାଷ ଜମି ଫେରସ୍ତ କରିବା ଦାବିରେ ନଗର କଂଗ୍ରେସ କମିଟି ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜଗନ୍ନାଥ ମଠ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତ୍ତର୍ନ ସତ୍ୟାଗ୍ରହ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିପରି କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍‌ରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ସଂକୀର୍ତ୍ତନ ସତ୍ୟାଗ୍ରହ ପାଳନ କରିଛନ୍ତି ତଥା ପାରଳଖେମୁଣ୍ଡି ସହରରେ ମଧ୍ୟ ପାଳିତ ହୋଇଛି । ସେହିପରି ମୋହନା ବ୍ଲକ,ନୁଆଗଡ ବ୍ଲକ, ଆର୍‌ ଉଦୟଗିରି ବ୍ଲକ, ରାୟଗଡ଼ା ବ୍ଲକ, କାଶୀନଗର ବ୍ଲକ ,ପାରଳଖେମୁଣ୍ଡି ପୈାରପରିଷଦର ଜଗନ୍ନାଥ ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମ କଂଗ୍ରେସ ଦଳ ପକ୍ଷରୁ ଆହୋଜିତ କରାଯାଇଥିଲା । ଏଥିରେ ପାରଳଖେମୁଣ୍ଡି ସହରରେ ସମସ୍ତ ମଠ ମନ୍ଦିରର ତଥା ସାମୁଟିଆ ସାହି କୀର୍ତ୍ତନ ମଣ୍ଡଳୀ,କଣ୍ଡରା ସାହି କୀର୍ତ୍ତନ ମଣ୍ଡଳୀ, ଶ୍ରୀକରଣ ସାହି କୀର୍ତ୍ତନ ମଣ୍ଡଳୀ, ବଡ଼ ରାଧାକାନ୍ତ ମଠର କୀର୍ତ୍ତନ ମଣ୍ଡଳୀ, ଜଗନ୍ନାଥ ମଠର କୀର୍ତ୍ତନ ମଣ୍ଡଳୀ,ସହରର ସମସ୍ତ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ହରିନାମ ସଂକୀର୍ତ୍ତନ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୁମ୍ମା ବ୍ଲକର ସଭାପତି ଲୋଳୀତ ମୋହନ ଦଣ୍ଡସେନା, ପାରଳଖେମୁଣ୍ଡି ର ସୁର୍ଯ୍ୟ ନାରାୟଣ ପାତ୍ର, ଲୋକୀ ପାତ୍ର,ରାଜା ପାତ୍ର,ବୋନ ବିହାରି ପଣ୍ଡା,କୁନାମାଝି ଶିବାଜୀ ପଟ୍ଟନାୟକ, ଶଗ୍ରାମ ସାହୁ,ବଣ୍ଟି,ଲୋକି ବରାଡ ବାବୁଲି ତଥା ଉପେନ୍ଦ୍ର ମହାପାତ୍ର, ପ୍ରମୁଖ ଉପସ୍ଥିତିରେ ଆଜିର କାର୍ତ୍ତିକ ମାସର ଏକାଦଶୀ ତିଥି ରେ ସଂକୀର୍ତ୍ତନ ସତ୍ୟାଗ୍ରହକୁ ପାରଳା ବାସି ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ କୁ ପାରଳଖେମୁଣ୍ଡି ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଦ୍ୱାରା ପରିଚାଳନା ହୋଇଥିବା ଦେଖିବାକୁ ମିଳିଛି ।

Comments (0)
Add Comment