ସୋନପୁରଠାରେ ବିଜେଡ଼ିର ପ୍ରଶିକ୍ଷଣ ଶିବିର

ସୁବର୍ଣ୍ଣପୁର : ଆଜି ସ୍ଥାନୀୟ ଟାଉନ ହଲଠାରେ ବିଜେଡ଼ିର ସକ୍ରିୟ ସଦସ୍ୟ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ଶଙ୍ଖ ଭବନରୁ ଆସିଥିବା ମାଷ୍ଟର ଟ୍ରେନର ସଞ୍ଜୀବ ପୃଷ୍ଟି, ଦେବାଶିଷ ସ୍ୱାଇଁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥଲେ । ଓଡ଼ିଶାର ବିକାଶର ବାର୍ତ୍ତା ପହଞ୍ଚାଇଥିଲେ । ଏଥିରେ ପର୍ଯ୍ୟବେକ୍ଷକ ଭାବେ ବରଗଡ଼ ବିଧାୟକ ଦେବାଶିଷ ଆଚାର୍ଯ୍ୟ, ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଝାରୀ, ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ କୁଶଳ, ଉପ ସଭାପତି କଇରୁ ସ୍ୱାଇଁ, ବିଜେଡି ଟାଉନ ସଭାପତି ଜନ୍ମେଜୟ ପାତ୍ର, ଛାତ୍ର ଜନତା ସଭାପତି ଶାଶ୍ୱତ ମିଶ୍ର, ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତକ୍ଷ ନାଏକ, ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ପାର୍ଟି ଅଫିସ ସଂପାଦକ ମାନ ଭଞ୍ଜନ ବେଦବାକ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ବିଜେଡ଼ି ଯୁବ ନେତା ତଥା ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ, କାଉନସିଲର୍‌ ରାଜୁ ରାଓ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ପୌର ପରିଷଦ କାଉନସିଲର ଯୋଗ ଦେଇଥିଲେ । ଦଳ ଭିତରେ ଏକତା, ଶୃଙ୍ଖଳା, ସମନ୍ୱୟ ରକ୍ଷା କରି ନମ୍ର ହେବାକୁ ଓ ଓଡିଶାର ବିକାଶ ଦିଗରେ ଆହୁରି ଅଧିକ ସଂଖ୍ୟାରେ ସହଯୋଗର ହାତ ବଢ଼ାଇବାକୁ କର୍ମୀଙ୍କୁ ମନ୍ତ୍ରୀ ଶ୍ରୀ ପୁଝାରୀ ଓ ବିଧାୟକ ଶ୍ରୀ ଆଚାର୍ଯ୍ୟ ଅନୁରୋଧ କରିଥିଲେ । ଓଡ଼ିଶାର ଦ୍ରୁତ ବିକାଶର ବାର୍ତ୍ତା ଗାଁ ଗାଁରେ ପହଞ୍ଚାଇବାକୁ ନିଜେ ଉତ୍ସାହିତ ହୋଇ ଲୋକଙ୍କ ଉତ୍ସାହ ବଢ଼ାଇବାକୁ ପରାମର୍ଶ କରିଥଲେ । ଏହି ଶିବିରରେ ସୋନପୁର ପୌର ପରିଷଦର ସମସ୍ତ ୱାର୍ଡର ସକ୍ରିୟ ପୁରୁଷ ଓ ମହିଳା କର୍ମୀ ଓ ସୋନପୁର ବ୍ଲକ ର ୧ ନମ୍ବର ଜୋନ ଓ ୨ ନମ୍ବର ଜୋନର ନେତା ଓ କର୍ମୀ ଯୋଗ ଦେଇଥିଲେ ।

Comments (0)
Add Comment