ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ସାରଡ଼ା ଛକ ଏବଂ ଗୋପ ଦେବି ମଣ୍ଡପଛକ ଠାରେ ଚଢ଼ାଉକରୀ ଦୁଇ ଜଣ ଅସମୀଙ୍କୁ ବେଆଇନ ଚୋରା ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ କରିଛନ୍ତି । ଅଭିଯୁକ୍ତ ହେଲେ ବାବ୍ରୁବାହନ ମହାନ୍ତି,(୬୫ )ଗ୍ରାମ ବ୍ରାଉନ ସୁଗାର ଏବଂ ସୁରେଶ କୁମାର ବେହେରା ୧୫ ଗ୍ରାମ ବ୍ରାଉନ ସୁଗାର ।
ଉଭୟଙ୍କୁ ଯଥାକ୍ରମେ କୋଣାର୍କ ଅବକାରୀ ଥାନା କେସ ନଂ-୩୩/୨୨-୨୩ ଏବଂ ୩୪/୨୨-୨୩ରେ କୋର୍ଟ ଚାଲାଣ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ସେମାନଙ୍କୁ ହେବାରୁ ନିମାପଡା ଉପ-କାରାଗରକୁ ପଠାଯାଇଛି । ସମୁଦାୟ ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୮,୦୦୦୦୦ ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଲୋକନାଥ ପାତ୍ର, ସବିତା ସାହୁ,ସଂଜିପ ହସ୍ତୀ, ପ୍ରବୀନ ବିରାଜ କିରୋ, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।