ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଯାଇଛି । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ଆନୁକୁଲ୍ୟରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଜଗନ୍ନାଥପ୍ରସାଦ ପକ୍ଷରୁ ଆଜି ବିଭିନ୍ନ ଗ୍ରାମକୁ ସ୍ୱାସ୍ଥ୍ୟ ସଚେତନତା ଗାଡି ପ୍ରଚାର ପାଇଁ ଯାଇଥିଲା ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଉପରେ ୩ ଦିନ ଧରି ଲୋକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଆଜି ଜଗନ୍ନାଥପ୍ରସାଦ ଗ୍ରାମରେ ପାଲା ମାଧ୍ୟମରେ ଜନସାଧରଣଙ୍କୁ ଏହି ବିଷୟରେ ସଚେତନ କରାଯାଇଥିଲା । କିପରି ଏହିସବୁ ସଂକ୍ରମିତ ରୋଗରୁ ସମସ୍ତେ ନିଜକୁ ସୁରକ୍ଷା ଦେବା ସହିତ ନିଜ ପରିବାରକୁ ସୁରକ୍ଷା ଦେଇପାରିବେ ସେ ବିଷୟରେ ସଚେତନତା କରଯାଇଥିଲା । ପାଲା ପରିବେଷଣରେ ଗାୟକ ରାଜ କିଶୋର ପ୍ରଧାନ, ବାୟକ ଅନ୍ତର୍ଜ୍ୟାମି ଜେନା, ସହଯୋଗୀ ଜଦୁନାଥ ସାହୁ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ଆରୋଗ କେନ୍ଦ୍ର ଜଗନ୍ନାଥପ୍ରସାଦର ଡାକ୍ତର ସଲୀଳା ଷଢଙ୍ଗୀଙ୍କ ସହିତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।