ସୁବର୍ଣ୍ଣପୁର : ନବନିର୍ମାଣ ସ୍ୱରାଜ ସରକାର ଓଡିଶାର କୃଷକ ମାନଙ୍କ ଆର୍ଥିକ ଦୂରବସ୍ଥା ଦୁରକରି ଚାଷୀକୁ ତାର ହକ ଦେବାପାଇଁ ଆଜି ସମଗ୍ର ଓଡିଶାରେ ଆଗକୁ ଆସି ଆଜି ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାୟଶ୍ଚିତ ସତ୍ୟାଗ୍ରହ ଆରମ୍ଭ କରିଛି । ସେ ହିସାବରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ନବନିର୍ମାଣ ସ୍ୱରାଜ ସରକାରର ଜିଲ୍ଲା ଉପଦେଷ୍ଟା ରାଜେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଆଜି ସତ୍ୟାଗ୍ରହରେ ବସିଥିଲେ । ସମଗ୍ର ଚାଷୀକୂଳ ଅର୍ଥନୀତିର ଏକ ଅସଂଗଠିତ ଶ୍ରେଣୀ,ତେଣୁ ଅବହେଳିତ ମଧ୍ୟ । ସେମାନଙ୍କୁ ସଂଗଠିତ କରି କୃଷକ ପାଇଁ ପ୍ରାଇସ, ପ୍ରେଷ୍ଟିଜ, ପେନସନ ନାରାରେ ସେମାନଙ୍କ ଆର୍ଥିକ, ସାମାଜିକ ଏବଂ ରାଜନୈତିକ ସ୍ଥିତି ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାଜଧାନୀକୁ ଚାଷୀଙ୍କୁ ଆଣିବାକୁ ବାରମ୍ବାର ଉଦ୍ୟମ କରାଯାଉଛି କିନ୍ତୁ ସରକାର ଆଇନର ଦୁର୍ବ୍ୟବହାର କରି ବଳ ପ୍ରୟୋଗ ପୂର୍ବକ ନବନିର୍ମାଣ କୃଷକ ସଂଗଠନର ଏ ଉଦ୍ୟମକୁ ପ୍ରତିହତ କରି ରାଜଧାନୀକୁ ପଶିବାକୁ ଦେଲେ ନାହଁ । ରାଜ୍ୟର ଚୌକିଦାର ଠାରୁ ଅଙ୍ଗନବାଡି କର୍ମୀ ପର୍ଯ୍ୟନ୍ତ ସମସ୍ତଙ୍କର ରାଜଧାନୀରେ ବିଧାନସଭା ଘେରାଉ କରିବାର ଅଧିକାର ଅଛି, କିନ୍ତୁ କେବଳ ଚାଷୀଙ୍କୁ ମନା କାହିଁକି? ଚାଷୀଙ୍କୁ ସରକାର ନିକୃଷ୍ଟ ଦେଖି ଦସ୍ଯୁ ବିବେଚନା କରି ରାଜଧାନୀରୁ ଘଉଡାଇ ଦେଲେ । ସରକାରୀ ତହବିଲରୁ ଥୋପ ଦେଇ ଚାଷୀର ସଂଗଠନକୁ ପ୍ରତିହତ କରିବାର ଉଦ୍ୟମ କଲେ । ତେଣୁ ଚାଷୀକୁ ତାର ଅଧିକାର ହାସଲ କରେଇବାକୁ ନବନିର୍ମାଣ ସ୍ୱରାଜ ସରକାର ଏକ ରାଜନୈତିକ ବିକଳ୍ପ ଭାବରେ ଆଜି ଉଭା ହୋଇଛି ଯାହାକି ୮୦ ଭାଗ ଚାଷୀଙ୍କ ଏକ ରାଜନୈତିକ ମେରୁଦଣ୍ଡ ବୋଲି ଏହି ସତ୍ୟାଗ୍ରହରେ କୃଷକନେତାମାନେ କହିଛନ୍ତି ।
ଆଜିର ଏହି ସତ୍ୟାଗ୍ରହ ରେ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ମିଶ୍ର, ଜିଲ୍ଲା କୃଷକ ସଂଗଠନ ସଭାପତି ବୈକୁଣ୍ଠ ଶତପଥୀ, ଉଲୁଣ୍ଡା ବ୍ଲକ ସଭାପତି ସୁଧିର ବଘାର, ଚାଷୀ ନେତା ବ୍ରଜବିହାରୀ ବିଶି,ନିତିନ ପ୍ରଧାନ, ଶତୃଘ୍ନ ପ୍ରଧାନ, କୃଷ୍ଣ ଚନ୍ଦ୍ର ପଣ୍ଡା, ପ୍ରଦୀପ ପ୍ରଧାନ,ଜୈମିନି ନାଏକ, ମହାଦେବ ତରିଆ ପ୍ରମୁଖ ଉପସ୍ଥିତ ଥିଲେ ।