ପୁରୀ : ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଓଡ଼ିଶା ରେ ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଓଡ଼ିଶା ରେ ଆପ୍କୁ ତୃଣମୂଳ ସ୍ତରରୁ ଦୃଢ଼ କିଭଳି କରାଯାଇପାରିବ ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ଆପର ବରିଷ୍ଠ ନେତା ଓ କର୍ମକର୍ତ୍ତା । ପୁରୀରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଆପର ଓଡ଼ିଶା ପ୍ରଭାରୀ ବିରେନ୍ଦ୍ର ସିଂହ କାଡ଼ିଆନ୍ ପୁରୀ ଗସ୍ତରେ ଆସି କର୍ମୀ ସମ୍ମିଳନୀରେ ଯୋଗ ଦେଇ ଆଗାମୀ କାର୍ଯ୍ୟ ପନ୍ଥା ନେଇ ସବିଶେଷ ଆଲୋଚନା କରିଛନ୍ତି । ପ୍ରଥମେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଦର୍ଶନ କରି ସେ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ । ଓଡ଼ିଶାର ଆପ ପ୍ରଭାରୀ ବିରେନ୍ଦ୍ର ସିଂ କାଡ଼ିଆନ କହିଛନ୍ତି ଆଗାମୀ ବିଧାନସଭା ନିର୍ବାଚନ ରେ ଆପ ଓଡ଼ିଶା ରେ ଲଢିବ । ସେ ନେଇ ସର୍ଭେ ଚାଳିଛି । କେଉଁ ସ୍ଥାନ କିଭଳି ସ୍ଥିତି ରହିଛି, କେଉଁ ପ୍ରାର୍ଥୀ ଙ୍କୁ ଟିକେଟ ଦିଆଯିବ ସେ ନେଇ ଆଲୋଚନା ହେଉଛି । ତେବେ ଓଡ଼ିଶାର କେତୋଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ ସେ ନେଇ ଦଳର ବରିଷ୍ଠ ନେତା ମାନେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ତେବେ ଓଡ଼ିଶାରେ ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର, ମହିଳା ନିର୍ଯାତନା, ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ସେବା ପ୍ରସଙ୍ଗ କୁ ନେଇ ଦଳ ନିର୍ବାଚନ ଲଢ଼ିବ ।
ବିଜେଡି ଓ ବିଜେପି ଏବେ ଦୁଇ ଭାଇ ହୋଇ ଶାସନ କରୁଥିବ ବେଳେ ଆପ ହିଁ ଓଡ଼ିଶା ବାସୀଙ୍କ ବିକଳ୍ପ ହୋଇ ପାରିବ ଏବଂ ଏକ ସୁଶାସନ ସରକାର୍ ଦେଇ ପାରିବ । ଦିଲ୍ଲୀ, ପଞ୍ଜାବ ରେ ଲୋକ ମାନେ ଆପକୁ ସରକାର ଦାୟିତ୍ୱ ଦେଇ ଥିବା ବେଳେ ଓଡ଼ିଶା ବାସି ଆଗାମୀ ନିର୍ବାଚନ ରେ ଆପକୁ ସମର୍ଥନ କରିଲେ ଆପ ଓଡ଼ିଶା ବାସୀଙ୍କୁ ଏକ ସୁଶାସନ ସରକାର ସହ ଉନ୍ନତ ରାଜ୍ୟରେ ପରିଣତ କରିବ ବୋଲି ଓଡ଼ିଶା ଆପରେ ପ୍ରଭାରୀ ବିରେନ୍ଦ୍ର ସିଂହ କାଡ଼ିଆନ୍ କହିଛନ୍ତି ।