ସୁବର୍ଣ୍ଣପୁର ଜ଼ିଲ୍ଲାରେ କାଳିଆ ତୁଳସୀ ରଥକୁ ଭବ୍ୟ ସ୍ୱାଗତ

ସୁବର୍ଣ୍ଣପୁର: ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲେଇଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ବାହାରିଥିବା ତୁଳସୀ ରଥକୁ ଜିଲ୍ଲାର ପ୍ରତିଛକରେ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଥମେ ଉଲୁଣ୍ଡା, ପରେ ବିନିକା, ନାରାୟଣପୁର,ଖାରୀ, ବିଶିମୁଣ୍ଡା, ସୋନପୁର ସହର ଦେଇ ଏକ ସୁସଜ୍ଜିତ ରଥରେ କାଳିଆ ମହାପ୍ରଭୁଙ୍କ ସୁନାବେଶ ପାଇଁ ତୁଳସୀ ଓ ଫୁଲ ଭକ୍ତ ମାନଙ୍କଠାରୁ ସଂଗ୍ରହ କରି ପୁରୀ ଅଭିମୁଖେ ବାହାରିଛି । ଏଥିପାଇଁ ଜ଼ିଲ୍ଲାର ସବୁ ଗାଁ ଓ ସହରର ପ୍ରତି ଛକ ଛକରେ ପୁରୁଷ ଓ ମହିଳା ଭକ୍ତ ଜଗନ୍ନାଥ ପ୍ରେମୀ ଖୁବ ଉତ୍ସାହ, ଉଦ୍ଦୀପନା, ଭକ୍ତି ଓ ଉତ୍କଣ୍ଠାର ସହ ପ୍ରଭୁଙ୍କ ରଥକୁ ସ୍ୱାଗତ ଓ ଦର୍ଶନ ଲାଭ କରିବା ପାଇଁ ବିଭିନ୍ନ ସଂଗଠନର ଶହ ଶହ ସଂଖ୍ୟାରେ ପ୍ରସ୍ତୁତ ରହି ସ୍ଥାନେସ୍ଥାନେ କଳସ ବସାଇ ସ୍ୱାଗତ କରିଥିଲେ । ଏଥିପାଇଁ ଚାରିଆଡେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ଭକ୍ତଙ୍କ ମନରେ ଅପୂର୍ବ ଆନନ୍ଦ ଖେଳିଯାଇଥିବାର ଲକ୍ଷ୍ୟ କରାଯାଇଛି । ସୋନପୁର ସହରର ବ୍ଲକ ଛକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଦଧିବାମନ ମନ୍ଦିର କମିଟି ସମସ୍ତ ସଦସ୍ୟ, ସ୍ୱଚ୍ଛ ଭାରତ ସଂଗଠନ ସମେତ ବିଭିନ୍ନ ସଂଘ ପକ୍ଷରୁ ତୁଳସୀ ରଥକୁ ଉଚ୍ଚ କୋଟିର ସ୍ୱାଗତ ସମ୍ବର୍ଦ୍ଧନା ଓ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା ।

Comments (0)
Add Comment