ଚବିଶ ପ୍ରହରୀ ନାମଯାଜ୍ଞ ପାଇଁ କଳସ ଶୋଭାଯାତ୍ରା

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକର ମୁଣ୍ଡୋଦହର ଗାଁରେ ଚବିଶ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କଳସ ଶୋଭାଯାତ୍ରାରେ ଗାଁର ୧୧୧ ଜଣ ମହିଳା ନିକଟସ୍ଥ ପୋଖରୀକୁ ଯାଇ ପୋଖରୀ କୂଳରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରି ପୂର୍ଣ୍ଣ କଳସ ଧରି ପ୍ରହରୀ ମଣ୍ଡପରେ କଳସ ସ୍ଥାପନ କରିଥିଲେ । ଏହି ନାମ ଯଜ୍ଞ ଆସନ୍ତାକାଲି ଶନିବାରଠାରୁ ୨୪ ପ୍ରହର ନାମ ସଂକୀର୍ତ୍ତନ ହେବା ସହ ମଙ୍ଗଳବାର ଦିନ ପୂର୍ଣ୍ଣାହୁତି ହେବ ବୋଲି କମିଟି ସୂତ୍ରରୁ ସୂଚନା ମିଳିଛି । ପୂଜାକର୍ତ୍ତା ଭବରେ ଧରଣୀ ଧର ଭୋଇ ଓ ତାଙ୍କ ଧର୍ମପତ୍ନୀ ସସ୍ମିତା ଭୋଇ ଥିବାବେଳେ ପୂଜକ ଭାବରେ ବିଜାୟ କୁମାର ତ୍ରିପାଠୀ ଓ ଜପକ ପଞ୍ଚାନନ ଯୋଶୀ ଏବଂ ସଂଜୀବ ଯୋଶୀ ପୂଜକ ଭାବରେ ପୂଜା କାର୍ଯ୍ୟ ତୁଲାଇବେ ବୋଲି କମିଟି ସୂତ୍ରରୁ ଜଣାପଡିଛ । ବିଶେଷ ଆକର୍ଷଣ ପ୍ରହରୀ ମଣ୍ଡଳୀ ଘୂର୍ଣ୍ଣନ ହେବ ବୋଲି କମିଟୀ ସୂତ୍ର ପ୍ରକାଶ । ପ୍ରହରୀ କମିଟିର ସଭାପତି ଇନ୍ଦ୍ରମଣି ମେହେର, ସମ୍ପାଦକ ଜଗଦିଶ ଭୋଇ, ଦେବାର ମେହେର, ଶାନ୍ତନୁ ଭୋଇ,ଶିବରାମ ଭୋଇ, କପୁର ଚନ ପୁଟେଲ, ପ୍ରମୁଖ ମୁଣ୍ଡୋଦହର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ ହେବ ବୋଲି ଜଣାପଡ଼ିଛି ।

Comments (0)
Add Comment