ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍‌ ପ୍ରତିଯୋଗିତାର ଉଦଘାଟିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଉପଖଣ୍ଡ କ୍ରୀଡ଼ା ସଂଘ, ବାଲିଗୁଡ଼ା ପକ୍ଷରୁ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍‌ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଉଦଘାଟିତ ଉତ୍ସବରେ ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଓ ଏସଡିପିଓ ରାକେଶ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୨ଟି ଟିମ୍‌ ଯଥା: ଭଞ୍ଜନଗର, ଗଜପତି, ବାରଖମା,ପାଣିଗଣ୍ଡା, ବ୍ରହ୍ମପୁର ପାୱାର-୬,ଆଡ଼ବା ଷ୍ଟାର-୬, ଦାରିଙ୍ଗବାଡ଼ି,କଳିଙ୍ଗା, ରାଇକିଆ, ୱାରିଅର-୬ ତୁମୁଡ଼ିବନ୍ଧ,କାରଗିଲ୍‌-୬ ବ୍ରହ୍ମପୁର, ଗୁମା-୬ ଯୋଗଦେବାକୁ ସ୍ଥିର କରାଯାଇଥିବା ବେଳେ ଉଦଘାଟନୀ ମ୍ୟାଚରେ ଭଞ୍ଜନଗର ଓ ଗଜପତି ମଧ୍ୟରେ ପ୍ରଥମ ମ୍ୟାଚ ଏବଂ ପାଣିଗଣ୍ଡା ଓ ବାରଖମା ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ଉପଖଣ୍ଡ କ୍ରୀଡ଼ା ସଂଘର ସଭାପତି ତଥା ଉପଜିଲ୍ଲାପାଳ ଓ ଏସଡିପିଓ ଷ୍ଟାଡିୟମରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ମ୍ୟାଚ୍‌ ଦେଖିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଶେଷ ଦିନ ଅର୍ଥାତ୍‌ ମାର୍ଚ୍ଚ ୧୨ ତାରିଖରେ ଦିନ ୩ଟା ସମୟରେ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି । ଉପଖଣ୍ଡ କ୍ରୀଡ଼ା ସଂଘ ସମ୍ପାଦକ ଡଃ.ଶୁଶାନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବା ବେଳେ ରେଫରି ଭାବେ ରଶ୍ମି ରଞ୍ଜନ ତ୍ରିପାଠୀ, ବୁଲୁ ସାହୁ, ରୁପକ ନାୟକ, ସୌମ୍ୟ ରଞ୍ଜନ ନାୟକ,ଦେବେନ୍ଦ୍ର ଦଣ୍ଡିଆ, ଉଦ୍ଧବ ଦିଗାଲ,ଭାଗବତ ପାଣ୍ଡେ (ସ୍କୋର ବୋର୍ଡ) ,ମାନସ ରଞ୍ଜନ ଅମାୟତ ନିୟୋଜିତ ହୋଇଥିବା ବେଳେ ସଂଘର ସମସ୍ତ ସଦସ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ।

Comments (0)
Add Comment