ପୋଷ୍ୟ ସନ୍ତାନ ସଚେତନତା ମାସ ପାଇଁ ଜିଲ୍ଲାପାଳଙ୍କ ବୈଠକ

ନବରଙ୍ଗପୁର: ପୋଷ୍ୟ ସନ୍ତାନ ସଚେତନତା ମାସ ପାଇଁ ଜିଲ୍ଲାପାଳ ଡ଼ଃ .କୋମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାରେ କିପରି ଆଇନ ଅନୁସାରେ ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା । ଯେଉଁମାନେ ପୋଷ୍ୟ ସନ୍ତାନ ନେବା ପାଇଁ ଚାହୁଁଛନ୍ତି କିମ୍ବା ଶିଶୁଙ୍କୁ ଦେବା ପାଇଁ ଚାହୁଁଛନ୍ତି ସେମାନେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନବରଙ୍ଗପୁର, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନବରଙ୍ଗପୁର, ଶିଶୁ ମଙ୍ଗଳ ସମିତି ନବରଙ୍ଗପୁର, ଉଷସକ୍ଷୟ ଖସଦ୍ଭର ୧୦୯୮ ସହିତ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦେଇଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଚନ୍ଦ୍ରଶେଖର ହୋତା, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ. ମଳୟ ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶିବାନୀ ଗୁହା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ, ଶିଶୁ ମଙ୍ଗଳ ସମିତି ଅଧକ୍ଷା ଅଯନ୍ତା ପ୍ରିୟଦର୍ଶିନୀ, ଜିଲ୍ଲା ନିଯୁକ୍ତି ଅଧିକାରୀ ଆନନ୍ଦ ପଲେଇ ଏବଂ ଫକୀର ଚରଣ ରାଉତ, ନବରଙ୍ଗପୁର ଜିଲ୍ଲାର ଏମବିକେ, ସିଆରପି, କ୍ଷେତ୍ର କର୍ମୀ, ସୁପରଭାଇଜର ପ୍ରଭୃତି ଉପସ୍ଥିତ ରହିଥିଲେ ।

Comments (0)
Add Comment