ଫୁଲବାଣୀ : ସମୟ ରାତ୍ର ନଅ ଘଣ୍ଟିକା । ଫୁଲବାଣୀ ଠାରୁ କିଛି ଦୂର ମାଜାଗାଣ୍ଡା ଫୁଲବାଣୀ ବ୍ଲକ୍ ୧୪ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ମଲ୍ଲିକ ମାଜାଗାଣ୍ଡା ରାସ୍ତା ପାର୍ଶ୍ୱରେ ଏକ ୬ଫୁଟର ଅଜଗର ସାପଟିକୁ ଦେଖି ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ । ଖବର ପାଇ ଟିମ୍ ସଦସ୍ୟ ସାଇରାମ ପାତ୍ର, ଆଲୋକ କୁମାର ବିଶୋଇ, ଅନୁପ ବିକ୍ରମ ପାତ୍ର, ଏସ କେ ଅବଦୁଲ ସାକୀର ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଆସିଥିଲେ ।