ଭୁବନେଶ୍ୱର: ଅସହ୍ୟ ହେଲାଣି ତାତି । ମୁଣ୍ଡ ଫଟା ଖରାରେ ଜୀବନଯାତ୍ରା ଅସ୍ତବ୍ୟସ୍ତ ହେଲାଣି । ଆଜି ଦିନର ତାପମାତ୍ର ୪୦.୨ ଡ଼ିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡା ହେଉଛି ସବୁଠାରୁ ଉତ୍ତପ୍ତ ସହର । ଏଠାରେ ତାପାମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି । ଠିକ୍ ସେହିପରି ଟିଟଲାଗଡ, ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାରେ ଦିନ ତାପମାତ୍ର ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବାଲେଶ୍ୱରରେ ୩୪.୭ ଡିଗ୍ରୀ, ଚାନ୍ଦବାଲିରେ ୩୭.୦ ଡିଗ୍ରୀ, ପାରାଦୀପରେ ୩୨.୮ ଡିଗ୍ରୀ, ଭୁବନେଶ୍ୱରରେ ୩୭.୦ ଡିଗ୍ରୀ, ଗୋପାଳପୁରରେ ୩୧.୫ ଡିଗ୍ରୀ, ପୁରୀରେ ୩୨.୮ ଡିଗ୍ରୀ, ଅନୁଗୋଳରେ ୩୬.୭ ଡିଗ୍ରୀ, ବାରିପଦାରେ ୩୯.୦ ଡିଗ୍ରୀ, କେନ୍ଦୁଝର ଗଡରେ ୩୪.୫ ଡିଗ୍ରୀ, ସମ୍ୱଲପୁରରେ ୩୮.୯ ଡିଗ୍ରୀ, ସୁନ୍ଦରଗଡରେ ୩୮.୦ ଡିଗ୍ରୀ, ହୀରାକୁଦରେ ୩୮.୩ ଡିଗ୍ରୀ, ତାଳଚେରରେ ୩୮.୦ ଡିଗ୍ରୀ, ଭବାନୀପାଟଣାରେ ୩୭.୬ ଡିଗ୍ରୀ, କୋରାପୁଟରେ ୩୪.୬ ଡିଗ୍ରୀ, ଫୁଲବାଣୀରେ ୩୭.୫ ଡିଗ୍ରୀ, ମାଲକାନଗିରିରେ ୩୭.୦ ଡିଗ୍ରୀ, ସୋନପୁରରେ ୩୭.୬ ଡିଗ୍ରୀ, ଦାରିଙ୍ଗବାଡିରେ ୩୩.୦ ଡିଗ୍ରୀ, ନୟାଗଡରେ ୩୭.୦ ଡିଗ୍ରୀ, ଛତ୍ରପୁରରେ ୩୩.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୦ ଡିଗ୍ରୀ, ରାୟଗଡାରେ ୩୬.୯ ଡିଗ୍ରୀ, ଭଦ୍ରକରେ ୩୮.୨ ଡିଗ୍ରୀ ଓ ଯାଜପୁରରେ ୩୭.୦ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି ।