ନୂଆପଡା ବିଜ୍ଞାପିତ ପରିଷଦ ପକ୍ଷରୁ ସାଇକେଲ ବଣ୍ଟନ

ନୂଆପଡା : ନୂଆପଡ଼ା ଜିଲ୍ଲା ନୂଆପଡ଼ା ସଦର ମହକୁମା ସ୍ଥିତ ସଦଭାବନା ସଭା ଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଆଜି ନୂଆପଡ଼ା ବିଜ୍ଞାପିତ ପରିଷଦର ୩୩ ଜଣ କର୍ମଚାରୀଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ନୂଆପଡ଼ାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ନୂଆପଡ଼ା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲା ପରିଷଦ ମଧୁଛନ୍ଦା ସାହୁ, ନୂଆପଡ଼ା ସଦର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ମହମ୍ମଦ ଆଦମ, ନୂଆପଡ଼ା ସଦର ବିଜ୍ଞାପିତ ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ପ୍ରମୁଖ ଉପସ୍ଥିତ ରହି ସଦର ବିଜ୍ଞାପିତ ପରିଷଦର ଆହାର କେନ୍ଦ୍ରରେ କାର୍ଯ୍ୟରତ ୬ଜଣ ସାଥୀ, ୨ଜଣ ଜଳସାଥୀ, ୫ଜଣ ଏମସିସି, ଜଣେ ସୁପରଭାଇଜର, ୫ ଜଣ ଏମଆରଏଫ, ୭ ଜଣ ସ୍ୱଚ୍ଛସାଥୀ, ୨ଜଣ ସୁପରଭାଇଜର, ୫ଜଣ ଏଫଏସଟିପି ଏହିପରି ୩୩ ଜଣଙ୍କୁ ସାଇକଲ ବଣ୍ଟନ କରାଯାଇଥିଲା । ଏହି ଅବସରରେ ସଦର ବିଜ୍ଞାପିତ ପରିଷଦର ସିଟି ଅର୍ଗାନାଇଜର ଦୀପିକା ତ୍ରିବେଦୀ, ସିଏମଏମୟୁ ପ୍ୟାରିମୋହନ ମଣ୍ଡଳ, ଗିରିଶ ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment