ହରଭଙ୍ଗା:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତର ସରପଞ୍ଚ ଅଶୋକ ସେଠୀଙ୍କ ଉଦ୍ୟମରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଇଥିବା ଜଣାପଡିଛି । ସୂଚନା ମତେ ମଙ୍ଗଳବାର ଦିନ ଏକ ପାଣି ଟ୍ୟାଙ୍କର ଯୋଗେ ପୁରୁଣାକଟକ ପଞ୍ଚାୟର ଉଦୟପୁର ଓ ପୁରୁଣା କଟକ କଲୋନୀ ସାହିରେ ସରପଞ୍ଚଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ କରାଯାଇଛି । ଦୀର୍ଘ ଦିନ ହେଲା ପାନୀୟ ଜଳ ସମସ୍ୟା ଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇ ଥିଲେ ମଧ୍ୟ କୋଣସି ପଦକ୍ଷେପ ନେଇ ନଥିବାରୁ ଉଭୟ ବସ୍ତି ବାସିନ୍ଦାଙ୍କୁ ଏକ ସ୍ୱତନ୍ତ୍ର ଟ୍ୟାଙ୍କର ଯୋଗେ ନିଜେ ଉପସ୍ଥିତ ରହି ପାନୀୟ ଜଳ ଯୋଗାଇଥିଲେ ସରପଞ୍ଚ । ଫଳରେ ସ୍ଥାନୀୟ ବସ୍ତି ବାସିନ୍ଦା ସରପଞ୍ଚଙ୍କ ଏଭଳି ମହନୀୟତା କାର୍ଯ୍ୟକୁ ପ୍ରଶଂସା କରିଥିଲେ ।