ବାଲୁକାକଳାରେ ନେତାଜୀଙ୍କ ପ୍ରତିଛବି ଆଙ୍କିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ନେତାଜୀ ଜୟନ୍ତୀ ଅବସରରେ ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବାଲୁକା କଳାରେ ନେତାଜୀଙ୍କ ପ୍ରତିଛବି ଆଙ୍କିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳଭୂମିରେ ପ୍ରସ୍ତୁତ ହୋଇଥିବା ଏହି ବାଲୁକା କଳାରେ ୪୫୦ଟି ଷ୍ଟିଲ ଗିନା ଇନଷ୍ଟଲ ହୋଇଥିବାବେଳେ ଜୈ ହିନ୍ଦ ର ସ୍ଲୋଗାନ ରହିଛି । ୬ ଟନ ବାଲିରେ ୭ଫୁଟ ଉଚ୍ଚତାର ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ନିଜର ଉତ୍କର୍ଷ ବାଲୁକା କଳା ପାଇଁ କଳାରେ ୬୦ ରୁ ଉର୍ଦ୍ଧ୍ୱ ଅନ୍ତର୍ଜାତୀୟ ପୁରଷ୍କାର ଜିତିଥିବା ସୁଦର୍ଶନଙ୍କ ଏହି କଳାଟି ଖୁବ ଆକର୍ଷଣୀୟ ହୋଇଛି । ଏହି ବାଲୁକା ଚିତ୍ରକଳାକୁ ଦେଖିବାକୁ ପୁରୀ ବିଚ୍‌ରେ ପର୍ଯ୍ୟଟକଙ୍କ ବେଶ୍‌ ଭିଡ଼ ହୋଇଥିଲା । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଭିନ୍ନ ଚିତ୍ରକଳା କରି ସମାଜକୁ ବାର୍ତ୍ତା ପ୍ରଦାନ କରିଥାନ୍ତି । ନେତାଜୀ ସୁଭାଷ ବୋଷ ଯେଭଳି ଦେଶ ମାତୃକା ପାଇଁ ଅହରହ ସଂଗ୍ରାମ କରୁଥିଲେ, ଦେଶ ପାଇଁ ତ୍ୟାଗ, ବଳିଦାନ ଦେଇଥିଲେ ଭାରତର ପ୍ରତ୍ୟେକ ଯୁବ ପୀଢ଼ି ଦେଶ ଉନ୍ନତିରେ ଆଗେଇ ଆସିବାକୁ ଏହି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି ।

Comments (0)
Add Comment