ସମ୍ବଲପୁର : ବଣ ଜଙ୍ଗଳ ଘେରା ଦୁର୍ଗମ ଅଞ୍ଚଳ ମେଘପାଳରେ ହନୁମାନ୍ ମନ୍ଦିର ପ୍ରତିଷ୍ଠା ଉତ୍ସବର ଶୁଭାରମ୍ଭ ହୋଇ ବାହାରିଛି ଭବ୍ୟ କଳସ ଶୋଭାଯାତ୍ରା । କଳସ ସ୍ଥାପନା ପରେ ଆସନ୍ତାକାଲିଠାରୁ ପୂଜାକର୍ମ, ହୋମଯଜ୍ଞ, ମୂର୍ତ୍ତି ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଆଦି କାର୍ଯ୍ୟକ୍ରମ ରହିଛି । ଏଥିରେ ପଣ୍ଡିତ ମହେଶ୍ୱର ନାୟକଙ୍କ ସହିତ ଶିବ ଶଙ୍କର ପଣ୍ଡା, ହରେଶ ମିଶ୍ର, ଅଜୟ ନାୟକ, ପ୍ରମୋଦ ମିଶ୍ର ଓ ମନିଷ ନାୟକ ପ୍ରମୁଖ ପଣ୍ଡିତ ପୁଜାକର୍ମ କରୁଥିବା ବେଳେ ପ୍ରଦୀପ ମେହେର ଓ ଧନମତି ମେହେର ମୁଖ୍ୟ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏମାନଙ୍କ ସହ ପଞ୍ଚାୟତର ସରପଞ୍ଚ୍, ସମିତି ସଦସ୍ୟା ପ୍ରମୁଖ ଏଥିରେ ସାମିଲ ଥିବାବେଳେ ମେଘପାଳର ପୁର୍ବତନ ସରପଞ୍ଚ୍ ମାନଭଞ୍ଜନ ବୁଡେକ ଓ ପୂଜା କମିଟିର ସଦସ୍ୟମାନେ ଏହାକୁ ପରିଚାଳନା ଦାୟିତ୍ୱରେ ଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୪ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବରଗଡର ଦଣ୍ଡ, ପିତାପାଲିର ରଙ୍ଗିନ୍ କୃଷ୍ଣଗୁରୁ ଓ ଝରଝରି-ଅତାବିରା ମଧ୍ୟରେ ମହିଳା କିର୍ତ୍ତନ ବୈଠକି କାର୍ଯ୍ୟକ୍ରମ ହେବାର ଅଛି । ମେଘପାଳ ନିକଟସ୍ଥ ଟୁଙ୍ଗାରୁ ଜଳସ୍ରୋତରୁ ଜଳ ଧାରଣ କରି ସଂକିର୍ତ୍ତନ ସହିତ ଭବ୍ୟ ଶୋଭାଯାତ୍ରାରେ ମେଘପାଳରୁ ନଗର ପରିକ୍ରମା କରାଯାଇ ମନ୍ଦିର ପ୍ରତିଷ୍ଠା ସ୍ଥାନରେ କଳସ ସ୍ଥାପନା କରା ଯାଇଥିଲା । ସମାଜସେବୀ ଡା. ରାଜାରାମ ଷଡଙ୍ଗୀ ଏଥିରେ ଯୋଗଦେଇ ମନ୍ଦିର ଶୂନ୍ୟ ପଞ୍ଚାୟତରେ ଏକ ବର୍ଷ ମଧ୍ୟରେ ହାତିଦହଲା ପରେ ମେଘପାଳ ଗ୍ରାମରେ ମନ୍ଦିର ପ୍ରତିଷ୍ଠା ମେଘପାଳ ପରି ଦୁର୍ଗମ ଅଞ୍ଚଳ ସ୍ଥିତ ପଞ୍ଚାୟତର ସଂହିତି ଓ ଏକତା ପାଇଁ ଶୁଭ ସୂଚନା ବୋଲି କହିଛନ୍ତି । ଏହି ଅବସରରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ରେଢାଖୋଲ ବିଧାୟକ ରୋହିତ ପୂଝାରୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରୁଥିବା କମିଟି ସୂତ୍ରରୁ କୁହାଯାଇଛି ।