ହଜିଲା ପୁଅକୁ ପାଇଲା ମାଆ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଜୟନ୍ତୀ

ହଜିଲା ପୁଅକୁ ପାଇଲା ମାଆ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଜୟନ୍ତୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ପରେ ମଙ୍ଗଳବାର କ୍ୟାପିଟାଲ ହସ୍ପଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ମା’ କୋଳକୁ ଫେରେଇ ଦିଆଯାଇଛି। ଛୁଆକୁ ଫେରି ପାଇବା ପରେ ଭାବବିହ୍ବଲ ହୋଇ କୋହ ସମ୍ଭଳି ପାରି ନ ଥିଲେ ମା’ ଜୟନ୍ତୀ ମଲ୍ଲିକ। ଛୁଆକୁ ଫେରି ପାଇବି ବୋଲି ଆଶା କରି ନ ଥିଲି। ପ୍ରଭୁ ଶ୍ରୀରାମଙ୍କ ଦୟାରୁ ଛୁଆକୁ ଫେରି ପାଇଲି ବୋଲି ମା’ ଜୟନ୍ତୀ କହିଛନ୍ତି। ଏପରିକି ସେ ପୋଲିସ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ପରତା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପକ୍ଷେ ଦୀର୍ଘ ୫୦ ଘଣ୍ଟାର ଅପେକ୍ଷା ପରେ ମା’ କୋଳକୁ ଫେରିଛି ଅପହୃତ କୁନି ପୁଅ।

Comments (0)
Add Comment