ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ସାହୁ ବାରିପଦା ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ରାଜ୍ୟସ୍ତରିୟ ବାଲ ବୈଜ୍ଞାନିକ ପଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ନୂଆଗାଁ ହାଇସ୍କୁଲର ଶ୍ରେଣୀ ୧୦ଶ୍ରେଣୀ ଛାତ୍ରୀ ପ୍ରତୀଶା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନରେ ଅଧିକାର କରିଛନ୍ତି । କୋଲକାତା ଠାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବ ଭାରତ ବିଜ୍ଞାନ ପଦର୍ଶନୀରେ ଭାଗ ନେବେ । ଯାହାକି ବିଟିଏମ୍ (ବିର୍ଲା ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ଟେକ୍ନୋଲୋଜି ମ୍ୟୁଜିୟମ୍, କୋଲକାତା) ରେ ପୂର୍ବ ଭାରତ ବିଜ୍ଞାନ ପ୍ରଦର୍ଶନୀରେ ଅନୁଷ୍ଠିତ ହେବାକୁ ଯାଉଛି । ନୟାଗଡ ଜିଲ୍ଲା ବିଜ୍ଞାନ ମେଳରୁ ଜିଲ୍ଲା ସ୍ତରୀୟ ସର୍ବଶ୍ରେଷ୍ଠ ବିଜ୍ଞାନ ଷ୍ଟଲ ଭାବରେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ସ୍ଥାନପାଇଥିଲା । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ କାଜଲ ପ୍ରିୟଦର୍ଶିନୀଙ୍କ ସହଯୋଗିତା ପ୍ରତ୍ୟାଶା ପ୍ରିୟଦର୍ଶିନୀ ସାହୁ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିଲେ । ରୋଗୀ ମନିଟରିଂ ସିଷ୍ଟମ୍ ଉପରେ ଏ ପ୍ରୋଜେକ୍ଟ ଯାହାକି ସଭିଙ୍କ ମନଆକର୍ଷିତ କରିଥିଲା । ଏହି ପ୍ରୋଜେକ୍ଟର ମୂଳ ଉଦ୍ଦେଶ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସଠିକ ଭାବରେ ସୁରକ୍ଷିତ ରହିପାରିବ । ଅଧିକାଂଶ ସମୟରେ ଡାକ୍ତର,ନର୍ସ ମାନଙ୍କ ଅବହେଳା ଯୋଗୁ କିମ୍ବା ରୋଗୀ ପାଖରେ ଉପସ୍ଥିତ ନ ରହିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ବହୁ ଅସୁବିଧାର ସମୁଖୀନ ହେବା ସହିତ ଜୀବନ ହରାଉଛନ୍ତି । ଏହି ମଡେଲ ମାଧ୍ୟମରେ ଏହି ସବୁ ଅସୁବିଧାକୁ ଦୂର କରାଯାଇ ପାରିବ ତାହା ଚେଷ୍ଟା କରାଯାଇଛି । ଏହି ମଡେଲ ମାଧ୍ୟମରେ ରୋଗୀ ଦେହରେ ଏକ ହାର୍ଟ ବିଟ ସେନ୍ସର ଓ ଏକ ବୋଡି ଟେମ୍ପରଚର ସେନ୍ସର ଲଗା ଯାଇଥାଏ । ଏହା ରୋଗୀର ଶରୀରକୁ କ୍ରମାଗତ ଭାବରେ ଦେଖି ଏଲସିଡି ମନିଟର ମାଧ୍ୟମରେ ସୂଚନା ଦେବ । ତତ୍ ସହିତ ସାଲାଇନ ସେନ୍ସର ଓ ଏକ କିବୋର୍ଡ ବ୍ୟବହାର କରାଯାଇଥାଏ । ରୋଗୀର କୌଣସି ଅସୁବିଧା ହେଲେ ସେ କୀବୋର୍ଡ ଦ୍ୱାରା ସୁଇଚ ପ୍ରେସ କରି ସୂଚନା ଦେଇପାରିବ । ଯାହାକି ରୋଗୀର ସୂଚନା ଦେଇପାରିବ । ଅସାବଧାନତା ହେବ ନାହଁ ରୋଗୀ ସୁରକ୍ଷିତ ହୋଇପାରିବ । ନୟାଗଡ ଜିଲ୍ଲାରୁ ୫ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି ।
ଚଳିତ ମାସ ରେ ବାରିପଦା ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ମେଳରେ ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ ସମେତ ୪ ଜଣ ପ୍ରତିଯୋଗୀ ଯୋଗଦେଇଥିଲେ । କିନ୍ତୁ ଏହି ପ୍ରୋଜେକ୍ଟକୁ କିଛି ପରିବର୍ତ୍ତନ କରଯାଇଥିଲା । ସେଥିରେ କୌଣସି ନିର୍ଦ୍ଦିଷ୍ଟ ଡିଭାଇସ ସହିତ ସଂଯୋଗ କରି ସୂଚନା ଦିଆଯାଉଥିଲା କିନ୍ତୁ ଅଥିରେ ଇଣ୍ଟରନେଟ ସଂଯୋଗ କରି ଏକରୁ ଅଧିକ ବ୍ୟକ୍ତି ସହିତ ସୂଚନା ଦେଇପାରିବ ଯାହାକି ରୋଗୀର ସୁରକ୍ଷାରେ ସହାୟକ ହେବ । ପ୍ରତ୍ୟାସା ପ୍ରିୟଦର୍ଶିନୀ ସାହୁ ବ୍ଲକରୁ ଜିଲ୍ଲା ,ଜିଲ୍ଲାରୁ ରାଜ୍ୟ,ରାଜ୍ୟରୁ ପୂର୍ବ ଭାରତୀୟ ବିଜ୍ଞାନ ପଦର୍ଶନୀ ପଦର୍ଶନୀରେ ଉତ୍ତୀର୍ଣ୍ଣ ହେବାରେ ବିଜ୍ଞାନ ଶିକ୍ଷୟିତ୍ରୀ କାଜଲ ପ୍ରିୟଦର୍ଶିନୀ, ଆଇଟି ଶିକ୍ଷା ଅଜୟ ବିକ୍ରମ ବେହେରା ସହଯୋଗରେ ପୂର୍ବ ଭାରତୀୟ ବିଜ୍ଞାନ ପଦର୍ଶନୀକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହାକି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ପ୍ରତ୍ୟାଶା ପ୍ରିୟଦର୍ଶିନୀ ସାହୁ ସଫଳତାରେ ନୂଆଗାଁ ଅଞ୍ଚଳ ସମେତ ସାରା ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟୁଛି ।