ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ ;
ଖେଳ ଶିକ୍ଷକଙ୍କ ମାଡ଼ରେ ପାଞ୍ଚ ଛାତ୍ରୀ ଲହୁ ଲୁହାଣ

ବାଲିଗୁଡ଼ା: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ । ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ପାଞ୍ଚ ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ରୁତୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଗତକାଲି ବିଦ୍ୟାଳୟ ପରିସରରେ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଛାତ୍ରୀଙ୍କ ମଧ୍ୟରେ ଥଟା ମଜା ହେଉଥିବା ବେଳେ ଖେଳ ଶିକ୍ଷକ ବିକ୍ରମ କେଶରୀ ବେହେରା ଉତକ୍ଷିପ୍ତ ହୋଇ ବାଡ଼ିରେ ପାଞ୍ଚ ଜଣ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ଛାତ୍ରୀମାନେ ଘରକୁ ଯିବାପରେ ଘଟଣା ସମ ସମ୍ପର୍କରେ ବାପା ମା ଙ୍କୁ ଜଣାଇଥିଲେ । ଆଜି ସକାଳୁ ପରିବାର ଲୋକେ ଛାତ୍ରୀକୁ ନେଇ ବୁଡାଗୁଡା ପ୍ରାଥମିକ ଚିକିଳୟରେ ଚିକିତ୍ସା କରାଇବା ପରେ ସ୍କୁଲରେ ପହଁଚିଥିଲେ । କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରା ଅନୁପସ୍ଥିତ ଥିବା ବେଳେ ଛାତ୍ରୀଙ୍କୁ ମାଡ଼ ଘଟଣାକୁ ନେଇ ଉଭୟ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି । ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ମାଡ଼ ମାରିଥିବା ଘଟଣାକୁ ସ୍ୱୀକାର କରିଛନ୍ତି ଖେଳ ଶିକ୍ଷକ ବିକ୍ରମ କେଶରୀ ବେହେରା । ସେପଟେ ଏକଥା ଦିନକର ନୁହେଁ, ବିଭିନ୍ନ ସମୟରେ ଆମକୁ ବିଦ୍ୟାଳୟର କିଛି ଶିକ୍ଷକ ଶିକ୍ଷୟତ୍ରୀ ଏଭଳି ମାଡ଼ ମାରିବା ସହ ଗାଳିଗୁଲଜ କରୁଥିବା କହିଛନ୍ତି ଛାତ୍ରୀ । ଅନ୍ୟପଟେ ବାରମ୍ବାର ଆମ ପିଲାମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି ବିଦ୍ୟାଳୟର କିଛି ଶିକ୍ଷକ, ଶିକ୍ଷୟତ୍ରୀ ଏଣୁ ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ ଓ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଣୁ ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଭାବକ ।

Comments (0)
Add Comment