କୋଶଳ ଆବାସିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ସୁବର୍ଣ୍ଣପୁର: କୋଶଳ ଆବାସିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଘାଟିତ ହୋଇଯାଇଛି । ଇତ୍ୟବସରରେ ମୁଖ୍ୟ ଅତିଥି ଭାବେ ସୋନପୁର ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ବରିଷ୍ଠ ପ୍ରଧ୍ୟାପକ ଉମାକାନ୍ତ ନାଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳର ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର , ବିଶିଷ୍ଟ ସମାଜସେବୀ ତଥା ବିଦ୍ୟାଳୟର ସଭାପତି ଶ୍ରୀବତ୍ସ ମଲ୍ଳିକ, ସୋନପୁରର ବିଶିଷ୍ଟ ଶିକ୍ଷାବିତ ଆଇନଜୀବି ପ୍ରଦିପ କୁମାର ପୁରୋହିତ ପ୍ରମୁଖ ଯୋଗଦେଇ ବିଜ୍ଞାନର ବିଭିନ୍ନ ମାଧ୍ୟମରେ ପ୍ରୟୋଗ ଓ ବ୍ୟବହାର ସମ୍ବନ୍ଧରେ ନୂତନ ଚିନ୍ତାଧାରାର ଆବିଷ୍କାର ପ୍ରସଙ୍ଗ ଶିଶୁମାନଙ୍କୁ ଅବଗତ କରାଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମା ନାଏକ ଅତିଥି ପରିଚୟ ପ୍ରଦାନ କରିଥିବାବେଳ ସମ୍ପାଦକ ସଞ୍ଜୟ କୁମାର ସାହୁ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ୫୦ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ଶିଶୁ, ଶିକ୍ଷକ ଓ ଅବିଭାବକମାନେ ମେଳା ଦେଖିବାକୁ ଆସିଥିଲେ । ସାଇକୃପା ଶିକ୍ଷା ନିକେତନ ଓ କିଡ୍ସ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୩ଜଣ ଶିକ୍ଷକ ସଞ୍ଜୟ ସାହୁ, ରିତିକ୍‌ ମହାରଣା ଓ କେଶବ ଚନ୍ଦ୍ର ମିଶ୍ର ବିଚାରକ ଭାବରେ ଯୋଗଦାନ କରି ପ୍ରକଳ୍ପଗୁଡିକର ଫଳାଫଳ ଘୋଷଣା କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତ୍ରିଲୋଚନ ଓତା, ସୁଜିତ ବିଶ୍ୱାଳ, ଜାମିନି ସାହୁ ଓ ରୀନା ବୁଡେକ ଗାଇଡ୍‌ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ସହ ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତା ରାଣୀ ନାୟକ ମଞ୍ଚ ପରିଚାଳନା କରିବା ସହ ପ୍ରମୋଦ କୁମାର ସାହୁ, ନିରାକାର କୁରୁକୁରିଆ, ସଙ୍ଗୀତା ପ୍ରଧାନ,ସରିତା ମେହେର, ରମିଲା ସାହୁ, ଯଶୋବନ୍ତି ଗାଇଗରିଆ, କଲ୍ୟାଣୀ ଉରେକ, ସୁଜାତା ନାୟକ, ଗଣେଶ ଝାଙ୍କର ଆଦି କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିଥିଲେ ।
ଦଶମ ଶ୍ରେଣୀରେ-ସ୍ୱାଗତିକା ମହାକୁର, ଅନ୍ମେଶା ପଧାନ , ନବମ ଶ୍ରେଣୀରେ – ପ୍ରାଚୀ ପରିମିତା ସାହୁ , ସପ୍ତମ ଶ୍ରେଣୀରେ – ସୁନିଲ କୁମାର ମେହେର , ଷଷ୍ଠ ଶ୍ରେଣୀରେ – ଶୁଭଶ୍ରୀ ଦାସ , ପଞ୍ଚମ ଶ୍ରେଣୀ – ହେମାନନ୍ଦ ଖମାରୀ ବିଷୟ ଅନୁସାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆସନ୍ତା ୧୧ତାରିଖ ଦିନ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବେ ।

Comments (0)
Add Comment