ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାରେ ଅଭିଯୁକ୍ତ ୟୁଟ୍ୟୁବର ଗିରଫ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାରେ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶକୁ ପୁରୀ ପୋଲିସ ଗିରଫ କରିଛି । ଆଇପିସିର ଦଫା ୪୬୮,୪୨୦,୫୧୧,୧୯୩୪ ଏୟାରକ୍ରାଫ୍ଟ ଆକ୍ଟ ୧୦(୨) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ ୧୯୫୪ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ ୩୦(ଏ)୪ (ସି) ରେ ତାକୁ ଗିରଫ କରାଯାଇଛି । ସିଟି ଡିଏସପି କେ.କେ.ହରିପ୍ରସାଦଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍‌ ତାକୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଚଢ଼ାଉ କରି ଶେଷରେ ତାକୁ ପଶ୍ଚିମବଙ୍ଗ ରାଜ୍ୟ ନିମତା ଥାନା ଅନ୍ତର୍ଗତ ଅଞ୍ଚଳରୁ ଗିରଫ କରି ବାରାକପୁର କୋର୍ଟରେ ହାଜର କରାଇଥିଲେ । ପରେ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପୁରୀ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । ସେ ବ୍ୟବହାର କରିଥିବା ଡ୍ରୋନ୍‌ ଏବଂ ତା ସହିତ ଗୋଟିଏ ମୋବାଇଲ ଫୋନ୍‌ ଜବତ କରାଯାଇଛି । ଗତ ଡିସେମ୍ବର ୩ ତାରିଖରେ ୟୁଟୁବର ଅନିମେଶ୍‌ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ସହ ଶ୍ରୀମନ୍ଦିର ଭିଡିଓ ୟୁଟ୍ୟୁବରେ ଅପଲୋଡ଼ କରି ପ୍ରତିଟି ଆଙ୍ଗେଲ୍‌ ପିଛା ୨୦ହଜାର ଟଙ୍କା ଦାବି କରୁଥିଲେ । ଏହାସହ ମଧ୍ୟ ସେ ଓଡିଶା ପୋଲିସର ଲୋଗକୁ ବ୍ୟବହାର କରିଥିଲେ । ଏନେଇ ଶ୍ରୀମନ୍ଦିର ସିଂହଦ୍ୱାର ଥାନାରେ ଗତ ଡିସେମ୍ବର ୪ ତାରିଖରେ ୧୫୦/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଖବର ପ୍ରସାରଣ ହେବାପରେ ଅନିମେଶ୍‌ ଅତି ଚତୁରତାର ସହ ନିଜ ସ୍ଥାନ ପରବର୍ତ୍ତନ କରି ଆଗୁଆ ଜାମିନ ଆବେଦନ କରିଥିଲେ । ପୁରୀ ଜିଲ୍ଲା ପୋଲିସ ଜେ ଏମ୍‌ ଏଫ୍‌ ସି କୋର୍ଟରେ ଏନବିଡବ୍ଲୁ ନେଇ ଆବେଦନ ପରେ ଏହାକୁ ଭିତ୍ତିକର ଅନିମେଶକୁ ପଶ୍ଚିମବଙ୍ଗରୁ ଗିରଫ କରିଛନ୍ତି । ଡିଜିସିଏ ବା ଊଓଜଋଉଞଙଜ ଏଋଘଋଜଇଖ ଙୠ ଉଓଠଓଖ ଇଠଓଇଞଓଙଘ ର ନିୟମ ଅନୁଯାୟୀ ଡ୍ରୋନ୍‌ ଲାଇସେନ୍ସ ପାଇଁ ଅନୁମତି ନେବାସହ ଫ୍ଲାଇଁ ପାଇଁ ସମ୍ବେଦନଶୀଳ ସ୍ଥାନ ଗୁଡିକୁ ରେଡ୍‌ ଜୋନ୍‌, ୟେଲୋ ଓ ଗ୍ରୀନ୍‌ ଜୋନରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ରେଡ୍‌ ଜୋନ୍‌ ଅର୍ନ୍ତଭୂକ୍ତ ହୋଇଥିବାରୁ ବେଆଇନ ଭାବେ ଅନିମେଶ୍‌ ଏଭଳି ଡ୍ରୋନ୍‌ ଉଡାଇଥିବାରୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ କରାଯାଇଛି । ଅନିମେଶ୍‌ ଡ୍ରୋନରେ ରେକର୍ଡ କରିଥିବା ଶ୍ରୀମନ୍ଦିର ଭିଡିଓ ବ୍ୟବସାୟିକ ମନବୃତ୍ତି ନେଇ ବିକିବା ପାଇଁ କାହାକାହା ସହ ଯୋଗାଯୋଗ କରିଛନ୍ତି ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ ବୋଲି ଟାଉନଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ସୂଚନା ଦେଇଛନ୍ତି ।

Comments (0)
Add Comment