ବୌଦ୍ଧ ବ୍ଲକ କାର୍ଯ୍ୟାଳୟରେ ଜନ ଶୁଣାଣି ଶିବିର

ବୌଦ୍ଧ : ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ୫୮ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଛି । ଏହାସହ ୧୦ ଜଣ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ବୌଦ୍ଧ ଜିଲା ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୯୯ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୮୯ ଗୋଟି ବ୍ୟକ୍ତିଗତ ମାମଲା ଓ ୧୦ ଗୋଟି ବିଭିନ୍ନ ଗ୍ରାମର ସାମୂହିକ ମାମଲା ରହିଥିଲା । ଏହି ଶିବିରରେ ୫୮ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଶିବିରରେ ରେଡକ୍ରସ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଜଣଙ୍କୁ ୭୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି । ଶିବିରରେ ଜ଼ିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାରିଅନସ୍ ମିଞ୍ଜ , ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ବିଡିଓ, ତହସିଲଦାରଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment