ବାଚସ୍ପତିଙ୍କ ପରେ ଶ୍ରମମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ଦେଲେ ଇସ୍ତଫା

ଭୁବନେଶ୍ୱର: ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ଦୁଇ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି। ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି। ଦଳର ସାଂଗଠନିକ କାର୍ଯ୍ୟ ତୁଲାଇବା ଲାଗି ସେମାନେ ଇସ୍ତଫା ଦେଇଛନ୍ତି ବୋଲି ଉଭୟ ଶ୍ରୀକାନ୍ତ ସାହୁ ଓ  ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ଦେଇଛନ୍ତି। ଏହି ଇସ୍ତଫା ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳର ସୂଚନା ଦେଉଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମତ ଦେଇଛନ୍ତି। ଅନ୍ୟ ପକ୍ଷରେ ନବୀନ ମନ୍ତ୍ରିମଣ୍ଡଳର ଏହି ଦୁଇ ସଦସ୍ୟଙ୍କ ନାମରେ ସଂଗୀନ ଅଭିଯୋଗ ଥିଲା।

Comments (0)
Add Comment