ନୂଆପଡା : ନୂଆପଡା ଜିଲ୍ଲା ଏକ୍ସକେଡର ଶିକ୍ଷକ ସଂଘର କାର୍ଯ୍ୟକାରୀଣୀ ବୈଠକ ସଭାପତି ଅରୁଣ ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଏକ୍ସକ୍ୟାଡର ଉଚ୍ଛେଦ ସହ ଇନକ୍ରିମେଣ୍ଟ ପ୍ରଦାନ, ଗଣଶିକ୍ଷକକୁ ନିୟମିତ କରିବା ସହିତ ଏନପିଏସ ମେଚିଙ୍ଗ ଗ୍ରାଣ୍ଡ ପ୍ରଦାନ ଦାବୀରେ ସଂଘ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକ୍ରର୍ଷଣ କଲେ ମଧ୍ୟ କୌଣସ ସୁଫଳ ମିଳୁନଥିବାରୁ ସରକାରଙ୍କୁ ସମାଲୋଚନା କରାଯାଇଥିଲା । ଚଳିତ ବଜେଟ ଅଧିବେଶନ ସୁଦ୍ଧା ଚାରିଦଫା ଦାବି ପୂରଣ ନହେଲେ ବ୍ଳକ ସ୍ତରରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଉକ୍ତ ବୈଠକରେ ରାଜ୍ୟ ଏକ୍ସକ୍ୟାଡର ମହାସଂଘର କାର୍ଯ୍ୟକାରୀ ସଭାପତି ଅଲେଖ ସାହୁ ସହିତ ଜିଲ୍ଲା କର୍ମକର୍ତ୍ତା ଭୋଜରାମ ଅହିର, ମିତ୍ରବାଦୀ ମଲ୍ଲିକ, ସନୁଧର ନାଗ, ନିରୋଜ ଖମାରୀ, ଦେବକୁ ଗୁଆଲ, ବ୍ଳକ କର୍ମକର୍ତ୍ତାମାନଙ୍କ ମଧ୍ୟରୁ ବୃଷକେତନ ଅଗସ୍ତୀ, ଗୌର ସାହୁ, ଜୟନ୍ତ ପ୍ରଧାନୀ, ତରୁଣ ମେହେର ବେଣୁଧର ନାୟକ, ସାମନ୍ତ ଦାସ, ଅଜୟ ହେଣ୍ନାଙ୍କ ସହିତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।