ନୂଆପଡା : ନୂଆପଡା ଜିଲ୍ଲାରେ ନକ୍ସଲ ଗତିବିଧିର ନିରୀକ୍ଷଣ କରିବା ସହ ନକ୍ସଲ ଅଭିଯାନକୁ ସୁଦ଼ଢ କରିବା ନେଇ ଅପରେସନ ଏଡିଜି ଅମିତାଭ ଠାକୁର ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସିଥିଲେ । ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ସିଆରପିଏପର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଆସିଥିଲେ । ଏଡିଜି ଅପରେସନ ଅମିତାଭ ଠାକୁର ମାଓ ପ୍ରବଣ ସୁନାବେଡା ଓ ଜାମଗାଁ ଅଂଚଲ ପରିଦର୍ଶନ ପରେ ନୂଆପଡାରେ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ସାକ୍ଷାତକାରରେ ନୂଆପଡା ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା କରିବୁ ବେଲି ସେ କହିଛନ୍ତି । ଏହାବ୍ୟତୀତ ନୂଆପଡା ଜିଲ୍ଲାରେ ମାଓବାଦୀଙ୍କ ଗତବିଧି କମିବାରେ ଲାଗିଛି । ଏଥିପାଇଁ ସୀମାନ୍ତ ଛତିଶଗଡ ପୋଲିସ ସହ କଥାବାର୍ତ୍ତା ମଧ୍ୟ ହୋଇସାରିଛି,ଆସନ୍ତା ଦିନରେ ନକ୍ସଲ ଅଭିଯାନକୁ ସୁଦ଼ଢ କରାଯିବ ବୋଲି କହିଛନ୍ତି ।