ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ରଣ ହୁଙ୍କାର; ଦାବି ପୂରଣ ନହେଲେ ନିଆଁ ଲାଗିବ : ରାଜ୍ୟ ମହାସଂଘ

ଭୁବନେଶ୍ୱର:-ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘର ଏକ ସମାବେଶ ଭୁବନେଶ୍ୱର ଭଞ୍ଜ କଳାମଣ୍ଡପ ପରିସରରେ ୩୧୪ ବ୍ଲକର କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ ସ୍ୱାଗତ ଭାଷଣ ଦେଇ ସଂଗଠନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ ସମାବେଶର ଆଭିମୁଖ୍ୟ ଉପରେ କହିଥିବା ବେଳେ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଜୟନ୍ତୀ ଲାଲ ସାହୁ,ଅଲେଖ ସାହୁ, ମହାସଚିବ ହନେସ ପାତ୍ର ବାଗ କୋଷାଧ୍ୟକ୍ଷ ବିଜୟ ମିଶ୍ର, ଉପ ସଭାପତି ବିଶ୍ୱରଞ୍ଜନ ଦାସ,ସୁରେନ୍ଦ୍ର ମଲିକ,ସପ୍ତମ କିଶୋର ବେହେରା,ରାଜୀବ ଲୋଚନ ପ୍ରଧାନ, ସଂପାଦକ ପ୍ରମୋଦ ବେହେରା, ଉମେଶ ସ୍ୱାଇଁ,ଆଲୋକ ରାୟ, ସୁଦର୍ଶନ ବରାଳ, ରାଜୁ ବାରିକ, ମାନସ ରଞ୍ଜନ ସାହୁ, ଶୁଭେନ୍ଦୁ ଲେଙ୍କା ପ୍ରମୁଖ ରାଜ୍ୟ କର୍ମକର୍ତ୍ତା ଯୋଗଦେଇ ଏକ୍ସକ୍ୟାଡ଼ର ଶିକ୍ଷକ ମାନଙ୍କ ସମସ୍ୟା ଯଥା ଏକ୍ସକ୍ୟାଡ଼ର ଉଚ୍ଛେଦ, ସମଗ୍ର ଶିକ୍ଷାକୁ ହୋଇଥିବା ଡେପୁଟେସନ କ୍ୟାନସେଲ, ସମସ୍ତ ଶିକ୍ଷକଙ୍କୁ ଇଂକ୍ରିମେଣ୍ଟ ପ୍ରଦାନ ସହିତ ନିୟମିତ ଶିକ୍ଷକରୁ ବଂଚିତ ଶିକ୍ଷକକୁ ତୁରନ୍ତ ନିୟମିତ କରଣ କରିବା ନେଇ ଅନେକଥର ଦାବି କରାଯାଉଥିଲେ ମଧ୍ୟ ସରକାର ଜାଣିଶୁଣି ଅବହେଳା କରୁଥିବାରୁ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଉପସ୍ଥିତ ବ୍ଲକ ଓ ଜିଲା ସ୍ତରର ଶିକ୍ଷକ ନେତାମାନେ କହିଥିଲେ । ଅନ୍ୟ ଶିକ୍ଷକ ନେତାମାନେ ସରକାର ଆସନ୍ତା ମାସେ ମଧ୍ୟରେ ଦାବି ପୂରଣ ନକରିବେ ସାରା ରାଜ୍ୟରେ ନିଆଁ ଲାଗିବ ବୋଲି କହିଥିଲେ । ଶିକ୍ଷକଙ୍କୁ ନ୍ୟାୟ ନମିଳିବା ଏକ ଦୁଃଖଦ କଥା, ଏ ଅସନ୍ତୋଷର ନିଆଁ କୁହୁଳିଲାଣି ଏହାକୁ ସରକାର ଆୟତ ନକଲେ ସରକାର ଆଗମୀ ଦିନରେ ଭୋଗିବେ,ଏହାକୁ ଆମେ ଛାଡିବାର ପ୍ରଶ୍ନ ଉଠୁନାହିଁ ବୋଲି ରାଜ୍ୟ ସଭାପତି ଶରତ ନାୟକ କହିବା ସହ ରାଜ୍ୟର ୨୨ ହଜାର ଶିକ୍ଷକ ପରିବାର ସଜାଗ ରହିବାକୁ ଚେତାବନୀ ଦେଇଛନ୍ତି । କର ବା ମର ନୀତିରେ ଲଢେଇର ଆରମ୍ଭ ହେବ ବୋଲି ଶିକ୍ଷକ ନେତାମାନେ କହିଥିବାବେଳେ ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀ ଏକ ଲିଖିତ ପ୍ରେସ ବିବୃତିରେ ଜଣେଇଛନ୍ତି ଯେ ସରକାର ଏହାର ସମାଧାନ ନକଲେ ଭୟଙ୍କର ପରିସ୍ଥିତି ସମ୍ମୁଖୀନ ହେବେ । ଶେଷରେ ମହାସଂଘର ଉପସଭାପତି ସପ୍ତମ କିଶୋର ବେହେରା ଧନ୍ୟବାଦ ଦେଇଥିଲେ ।

Comments (0)
Add Comment