ରଥ ଅଘଟଣ: ଆହତ ଭୋଇ ସେବକ ମୃତ

ପୁରୀ : ରଥଯାତ୍ରାର ବାହୁଡା ଦିନ ଆହତ ହୋଇଥିବା ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ୟୁ ଘଟିଛି । ଏମସ ଆଇସିୟୁରେ ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି । ତେବେ ବାହୁଡା ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ବେଳେ ଦଉଡି ଛିଡିବା ଯୋଗୁଁ ଆହତ ହୋଇଥିଲେ ନକୁଳ ଭୋଇ । ତାଙ୍କ ମୁହଁରେ ଲାଗିଥିଲା ଆଘାତ । ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ମେଡିକାଲ ଓ ତା ପରେ ଏମସରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଏ ନେଇ ସମସ୍ତ ଭୋଇ ସେବକ ମେଡିକାଲକୁ ଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କର ଶବ ସତ୍କାର ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ତେବେ ରଥ କାର୍ଯ୍ୟରେ ଥାଇ ସେ ଆହତ ହୋଇ ମୃତ୍ୟୁବରଣ କରିଥିବାରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟ ଭୋଇ ସର୍ଦ୍ଦାର ରବି ଭୋଇ ।
ବଳଭଦ୍ରଙ୍କ ରଥର ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ୫୦ବର୍ଷ ଧରି ତାଳଧ୍ୱଜ ରଥର ମୁଖ୍ୟ ରଥ ଚାଳକ ରହିଥିଲେ ନକୁଳ । ବାହୁଡାଯାତ୍ରା ଦିନ ରଥ ଦଉଡି ଆଘାତରେ ଗୁରୁତର ହୋଇ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ଇନସୁରାନ୍ସ ଅନୁସାରେ ୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଓ ଅତରିକ୍ତ ଏକଲକ୍ଷ ଟଙ୍କା ତୁରନ୍ତ ତାଙ୍କ ପରିବାରକୁ ପ୍ରଦାନ କରାଯିବ । ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାଶ ।

Comments (0)
Add Comment